suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆରପାରିରେ ଯାତ୍ରା ଖଳନାୟକ ଭିକୁ ସେଠ୍

12/09/2020 at 1:15 PM

ଭୁବନେଶ୍ୱର ୧୨/୦୯ : ଯାତ୍ରା ଖଳନାୟକ ଭିକୁ ସେଠ୍ ଙ୍କ ପରଲୋକ ହୋଇଛି । ୫୫ ବର୍ଷ ବୟସରେ ଭିକୁ ସେଠ୍ ଙ୍କ ଦେହାନ୍ତ ହୋଇଛି । କଟକ ଚୌଦ୍ୱାର ସ୍ଥିତ ବାସଭବନରେ ମହେନ୍ଦ୍ର ଦାସଙ୍କ ପରଲୋକ ହୋଇଛି । ଯାହାକି ଯାତ୍ରା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି ।

ଭିକୁ ସେଠ୍ ନାଁରେ ପରିଚିତ ଥିଲେ ମହେନ୍ଦ୍ର ଦାସ । ଯାତ୍ରା ଜଗତରେ ସେ ଥିଲେ ଜଣେ ନାମୀ କଳାକାର । ଯାତ୍ରା ଜଗତରେ ତାଙ୍କ ଲୋକପ୍ରିୟତାକୁ ନେଇ ଖୁବ ଚର୍ଚ୍ଚା । ‘ଶାଗୁଣା ବସିଛି ଡେଣା ମେଲାଇ’ରୁ ଲୋକପ୍ରିୟତା ହାସଲ କରିଥିଲେ ମହେନ୍ଦ୍ର ଦାସ । ଭିକୁ ସେଠ୍ ଙ୍କ ନିଧନ ଯାତ୍ରା ଜଗତରେ ଏକ ଖାଲି ସ୍ଥାନ ଛାଡି ଯାଇଛି । ୩୦ ବର୍ଷ ଜାରି ରହିଥିବା ଯାତ୍ରା ଅଭିନୟରେ ଅନ୍ତ ଘଟିଛି ।

ଦେଖନ୍ତୁ ଭିକୁ ସେଠଙ୍କ ସହ ନ୍ୟୁଜ୭ର ଏକ ପୁରୁଣା ସାକ୍ଷାତକାର

   Related Posts