ଯାତ୍ରା ସୁପରଷ୍ଟାର ହୃଷିକେଶ ମିଶ୍ର- ଭାତ ସହ ଖାଇଥିଲେ ଜଡ଼ାତେଲ, ଶୁଣନ୍ତୁ ତାଙ୍କର ମନଖୋଲା କଥା

Published By : Prameya-News7 Bureau | February 14, 2020 IST

ଭୁବନେଶ୍ୱର ୧୪।୦୨ - ଅଲିଉଡ୍‌ ଠାରୁ ଜଲିଉଡ୍‌ରେ ଏବେ କଳାକାର ବେଶ୍‌ ଜଲଓ୍ୱା ଦେଖାଉଛନ୍ତି । ସମୟ ଅନୁସାରେ ଯାତ୍ରାରେ ପରିବେଷଣ ବଦଳିଛି । ଟେକନୋଲଜିର ବ୍ୟବହାର , ଲାଇଟ ଓ ସାଉଣ୍ଡର ବ୍ୟବହାର ବଦଳିଛି । କେବଳ ସେତିକି ନୁହେଁ ପୋଷାକ ଓ କଷ୍ଟ୍ୟୁମ ବଦଳିଛି ।

{"id":224324,"sizeSlug":"large"}

ଯାତ୍ରା ଜଗତର ସୁପରଷ୍ଟାର କୁହାଯାଏ ହୃଷିକେଶ ମିଶ୍ର । ୮ ଭାଉ ଭଉଣୀଙ୍କ ସଂସାର । ସେ ସପ୍ତମ ସ୍ଥାନରେ । ଖାଇବା ପାଇଁ ବେଶ୍‌ ରୁଚି । ପିଲାବେଳେ ଭଲ ଖାଇବା ପାଇଁ ବେଶ୍‌ ଭଲ ପାଆନ୍ତି । କ୍ଷୀର, ଦହି ଗୁଆ ଘିଅରେ ରୁଚି । ଘରେ ଦୁଇଟି ଗାଈ ଥିଲା । ଘରେ ସବୁବେଳେ ଘିଅ ଓ ବସା ଦହି ହୁଏ । ଡେଙ୍ଗା ଥିବା ଯୋଗୁଁ ମାଆ ରଖିଥିବା ଶିକାରୁ ସେ ହାତ ବଢାଇ ବସା ଦହି ଖାଇ ଦିଅନ୍ତି । ଧରା ପଡି ଗାଳି ବି ଖାଆନ୍ତି । ହେଲେ ସେଥି ପ୍ରତି ଦୃଷ୍ଟି ନଥାଏ । ଥରେ ଘିଅ ଓ ଜଡା ତେଲ ସମାନ ପ୍ରକାରର କାଚ ଡବାରେ ଥିଲା । ତରବରରେ ଜଡା ତେଲ ପକାଇ ଦେଇଥିଲେ । କିଏ ଦେଖିବା ଆଗରୁ ତରବରରେ ଖାଇ ଦେଇଥିଲେ । ପରେ ସ୍ୱାଦରୁ ଜାଣିଥିଲେ ତରବରରେ ଜ଼ଡା ତେଲ ପକାଇ ଦେଇଛନ୍ତି ।

wp:html /wp:html

ଏବେବି ଖାଇବା ପ୍ରତି ଦୁର୍ବଳତା ଅଛି । ଅଳ୍ପ ହେଲେ ବି ଭଲ ଓ ସ୍ୱାଦିଷ୍ଟ ଖାଇବା ପାଇଁ ଭଲ ପାଆନ୍ତି । କଳା ପ୍ରତି ରୁଚି ଥିଲା । ପିଲା ବେଳୁ ନାଟକ ଓ ଯାତ୍ରା ଦେଖି ଆକୃଷ୍ଟ ହୋଇଥିଲେ । ଧୀର ମିଶ୍ରଙ୍କୁ ପାର୍ବତୀ ଗଣନାଟ୍ୟରେ ଦେଖି ବେଶ୍‌ ପ୍ରଭାବିତ ହୋଇଥିଲେ ।ଏକ ଟଙ୍କା ଦେଇ ସେହି ସମୟରେ ପାଲ ଉପରେ ବସି ଯାତ୍ରା ଦେଖିବାର ନିଶା ଥାଏ । ମଜା ବି ଥାଏ । ଗାଁରେ ରହିବା ଓ ସେ ଜୀବନର ଅଲଗା ମଜା ଥିଲା । ଏବେ ସାମାଜିକ କାର୍ଯ୍ୟ ଓ ସେବା କରିବା ପାଇଁ ମଜା ପାଆନ୍ତି ।

{"id":224325,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.