suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯାହା ବାପା ପାଇଁ ବେଶ୍ୟା ହୋଇଥିଲି , ତା’ ପୁଅ କହୁଛି ଦେବ ମୋ ସିନ୍ଥିରେ ସିନ୍ଦୁର…ରୀନା କହିଲେ ଏମିତି କିଛି କଥା …ରାତିସାରା କାନ ଡ଼େରି ଶୁଣିଲେ ସମସ୍ତେ

13/03/2019 at 3:13 PM

ତୋ ବାପା ପାଇଁ ମୁଁ ବେଶ୍ୟା ହୋଇଯାଇଥିଲି ..ତୁ କହୁଛୁ ମୋ ମଥାରେ ଦେବୁ ସିନ୍ଦୁର । ନାରୀ ଛାତିରୁ ଅମୃତ ପିଇଲେ …ସେ ହେଉଛି ପୁଅ…ନାରୀ ଛାତିରୁ ବିଷ ପିଇଲେ …ସେ ସ୍ଵାମୀ । ତୁ ମୋର ସ୍ଵାମୀ ହେବୁ ନା ପୁଅ ।

ମୁଁ ଜାଣିଛି ବାବୁ ..ଏ ମଧୁମତୀ ବେଶ୍ୟା କେବେ  ତମ ସ୍ତ୍ରୀ ହୋଇପାରିବନି  । ଯେଉଁ ବାପ ଏ ମଧୁମତୀର ଇଜ୍ଜତ ଲୁଟିଛି ..  ତା ପୁଅ ବି ଲୁଟିଛି ଇଜ୍ଜତ.. କେମିତି ବାପ-ପୁଅ ଦୁହିଁଜଣ ଇଜ୍ଜତ ଲୁଟିବା ପରେ ଘରେ କୂଳବଧୂ ହେବାକୁ ସ୍ବୀକୃତି ଦେବ ଜିତ୍ ବାବୁ । ଏହାଥିଲା ‘ଶହେ ମାନସିକ ତୋରି ପାଇଁ’ ନାଟକର ରୀନା ଓରଫ ମଧୁମତୀର ଚରିତ୍ର ।

ମଧୁମତୀ ପରିସ୍ଥିତିରେ ପଡ଼ି ବେଶ୍ୟା ହୋଇପାରେ.. ହେଲେ ତା ଭିତରେ ଅଛି ମଣିଷପଣିଆ । କାହା ସିନ୍ଦୁରରେ ଭାଗ ବସେଇବାକୁ ସେ ଚାହେଁନାହିଁ । ଯେଉଁ ସିନ୍ଦୁରକୁ ଅନେକଦିନ ହେଲା ଘୃଣା କରିଆସିଛି ..ତାକୁ କେମିତି ସିଏ ନିଜ ସିନ୍ଥିରେ ପିନ୍ଧିପାରିବ । ପାରିବନି..ପାରିବନି..ଏ ମଧୁମତୀ କେବେ ବି ସେମିତି କରିପାରିବନି ।

ନିଜ ଭଉଣୀ ସୁମନ ପାଇଁ ଏତିକି ତ କରିପାରିବ । ଯେଉଁ ଭଉଣୀକୁ ଏତେ ଗେହ୍ଲା କରୁଥିଲା ..ସେହି ଭଉଣୀ ପାଇଁ ଏତିକି କରିପାରିବନି । ମଧୁମତୀର ଜୀବନ ଜଣେ ସାଧାରଣ ଝିଅରୁ ବେଶ୍ୟା ପାଲଟିଗଲା ପରେ କେବେ ବି ଯାଏନି ମନ୍ଦିର , କି ଠାକୁରଙ୍କୁ ନିଜ ପାଇଁ କିଛି କରେନି ଗୁହାରୀ.. ହେଲେ ତାର ସାନଭଉଣୀ ପାଇଁ ବର୍ଷକର ଥରୁଟିଏ ଯାଏ ମନ୍ଦିର..ତା ସାନଭଉଣୀର ଜନ୍ମଦିନ କରିବାକୁ ପାଳନ । ସେହିଦିନ ହେଉଛି ତା ପାଇଁ ଶ୍ରେଷ୍ଠଦିନ ।  ନହେଲେ ମନ୍ଦିର କିଏ ନା ଦେବତା କିଏ ..ଏ ମଧୁମତୀ ବେଶ୍ୟାପାଇଁ । ମଧୁମତୀ ନିଜ ଦେହକୁ ବିଛଣା କରି ବିଛେଇ ଦେଇଛି ଅନେକଙ୍କ ପାଇଁ… ଅନେକଙ୍କୁ ଖୁସ୍ କରେଇଛି.. ରାତିର ସାଥିହୋଇ ମିଛିମିଛିକା ସ୍ତ୍ରୀର ଭୂମିକାରେ କରିଛି ଅଭିନୟ ।  ହେଲେ ସକାଳ ହେଲେ କିଏ କାହାକୁ ଚିହ୍ନେନା … ଦିନଯାଇ ରାତି ଆସେ.. ଆସନ୍ତି ନୂଆନୂଆ ଗରାଖ..କିନ୍ତୁ  କେତେଯାଇଛନ୍ତି..କେତେ ଆସିଛନ୍ତି …ହେଲେ ବଦଳିଯାଇନି ଏ ମଧୁମତୀର ଠିକଣା । ମଧୁମତୀ ନଷ୍ଟଚରିତ୍ର ହୋଇପାରେ..ହୋଇପାରେ ରାଣୀ ମହୁମାଛି..କିନ୍ତୁ ଟୋପାଏ ଟୋପାଏ ମହୁରେ ତ ଶୋଷ ମେଣ୍ଟେଇପାରେ କେତେ ତୃଷାର୍ତ୍ତଙ୍କୁ ।

ଏହି ହେଉଛି  ଅଭିନେତ୍ରୀ  ରୀନା ନାୟକଙ୍କ ମଂଚ କାହାଣୀ । ଜଣେ ମାଷ୍ଟରର ଝିଅ  ହୋଇ  ବି ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିଲେ ।  ଜୀବନର ଅଧା ରାସ୍ତାରେ ଝୁଣ୍ଟିପଡ଼ି ହୋଇଗଲା ରକ୍ତାକ୍ତ । ସେଦିନ ବି ଥିଲା ତା ସାନ ଭଉଣୀ ସୁମନର ଜନ୍ମଦିନ ।ସାନଭଉଣୀ ପାଇଁ ପୂଜିବାକୁ ଯାଇ  ମନ୍ଦିର ଫେରିବା ବାଟରେ ହୋଇଗଲା ଦୁଷ୍କର୍ମପୀଡ଼ିତା । ତା ପରେ ଘରୁ ନିଖୋଜ ହୋଇଯାଇଥିବା ମଧୁମତୀର ରାସ୍ତା ବଦଳି ଯାଇଥିଲା । ରେଡ଼ ଲାଇଟ ଏରିଆରେ ସେ ପାଲଟିଯାଇଥିଲା ଚର୍ଚ୍ଚିତ ଚରିତ୍ର…ମଧୁମତୀ…ବେଶ୍ୟା ମଧୁମତୀ ।

ନାଟକର କାହାଣୀ ସିନା ଏମିତି ଲମ୍ବିଥିଲା,  କିନ୍ତୁ ସରୁ ନଥିଲା ରୀନାଙ୍କର ଜୀବନ କାହାଣୀ । ୧୫ ବର୍ଷ ବୟସରୁ ଏକ ଗରୀବ ପରିବାରରୁ ଗୋଡ଼ କାଢ଼ି ଆସିଥିଲେ ରୀନା । ନିଜ ପେଟ ପୋଷିବା ସହ ବାର୍ଦ୍ଧକ୍ୟରେ ନିଜ ବାପା-ମାଆ ମୁହଁରେ ଗଣ୍ଡେ ଦାନାଦେବାପାଇଁ  ନେବାକୁ ପଡ଼ିଥିଲା ଏଭଳି ନିଷ୍ପତ୍ତି । ସେତେବେଳେ ଗାଡ଼ିମୋଟରର ସୁବିଧା ନଥାଏ । ଚାଲିଚାଲି ଗାଁରୁ  କିଛିମାଇଲ ଗଲାପରେ ବସ୍ ଧରିବାକୁ ହୁଏ । ପୁଣି ଝିଅଟିଏ ପାଇଁ ପାଦରେ କେତେପ୍ରକାର  ସାମାଜିକ ବେଢ଼ି । ନିନ୍ଦା ଅପବାଦକୁ ଭୃକ୍ଷେପ ନ କରି ଘରୁ ଗୋଡ଼ କାଢ଼ି ଆସିଥିବା ରୀନା କେବେ ଫେରିଚାହିଁନାହାଁନ୍ତି ପଛକୁ ।

 ଭଦ୍ରକ ଜିଲ୍ଲା ବାସୁଦେବପୁର ବାହ୍ମଣୀ ଗାଁରୁ ରୀନାଙ୍କର ଏନ୍ତୁଡ଼ିର କୁଆଁକୁଆଁ ଶୁଭିଥିଲେ ବି ମାମୁଁଘରେ ରହିଥିଲେ କୋଲକାତାରେ । ଏମିତି ଏକ ପରିସ୍ଥିତିରେ ଦାସ ହୋଇ କୋଲକାତା ଛାଡ଼ି ଭାୟା ଓଡ଼ିଶା ଯାତ୍ରାପାର୍ଟିରେ କଲେ ଏଣ୍ଟ୍ରି । ସେତେବେଳକୁ ସେ ଓଡ଼ିଆର ଅ ଅକ୍ଷର ବି ଜାଣି ନଥିଲେ । ବହୁତ କଷ୍ଟରେ ସେ ଓଡ଼ିଆ ଶିଖି ଯାତ୍ରା ପାର୍ଟିରେ ଯୋଗଦେଲେ । ତାରିଣୀ ଗଣନାଟ୍ୟରେ ପ୍ରଥମେ ପାଦ ଥାପି ‘ବାଜି ରହିଲା ମୋ ସାନ ଭଉଣୀ ‘ନାଟକ ମାଧ୍ୟମରେ ନିଜର ଯାତ୍ରା କ୍ୟାରିଅର ଆରମ୍ଭ କରିଥିଲେ ।

ନାୟିକା ଭୂମିକାରେ ନିଜର ଅଭିନୟକୁ ଦର୍ଶକଙ୍କୁ ଅନେକବର୍ଷ ଧରି ଭେଟିଦେଇଛନ୍ତି । ଯାତ୍ରା ପାର୍ଟିରେ ୨୭ ବର୍ଷ ବିତେଇ ସାରିଲେଣି ବୋଲି କୁହନ୍ତି ରୀନା । ଯାତ୍ରା ପାର୍ଟି ତାଙ୍କ ପାଇଁ ପାଲଟିଯାଇଛି  ନିଜର ଦୁନିଆ । ଏଇଠି ବିବାହ, ବୈବାହିକ ଜୀବନ, ସୁଖ-ଦୁଃଖ, ଭଲ-ମନ୍ଦର ଦସ୍ତାବିଜ ତିଆରି କରି ବାନ୍ଧିଛନ୍ତି ଘର । ଏହି ଅଭିନୟ ଭିତରେ ନିଜଗାଁ ପାଖର ରାଜୁ କୁଅଁର ନାମକ ଜଣେ ଯାତ୍ରା କଳାକାରଙ୍କୁ ନିଜର ଜୀବନସାଥୀରୁପେ ବାଛିଥିଲେ । ସ୍ଵାମୀ-ସ୍ତ୍ରୀ ଉଭୟ କଳାକାର ଥାଇ ସୁଦ୍ଧା ବି ଜୀବନରେ ସେମିତି କିଛି ବଡ଼ ଧରଣର ଝଡ଼ ଆସିନାହିଁ ବୋଲି କୁହନ୍ତି ରୀନା ।

ଗୁଜୁରାଣ ମେଣ୍ଟେଇବାକୁ ଆସିଥିବା ରୀନା କେବେ ବି ଜାଣି ନଥିଲେ ଯାତ୍ରାରେ ସେ ଏତେବଡ଼ କଳାକାର ପାଲଟିଯିବେ । ନିଜର ଅଭିନୟର ଦକ୍ଷତା ପାଇଁ ତାଙ୍କୁ ଯେମିତି ଝୁରେ ମଂଚ ସେମିତି ବି ଝୁରନ୍ତି ଦର୍ଶକ । ସେମିତିକହିଲେ  ରୀନା ଜଣେ ସଫଳ ଅଭିନେତ୍ରୀ ଯାତ୍ରା ଇଣ୍ଡଷ୍ଟ୍ରୀର ।

ରୀନା ଅଭିନୟ କରିଥିବା ଯାତ୍ରାନୁଷ୍ଠାନ ଓ ନାଟକଗୁଡ଼ିକ ହେଲା-

ତାରିଣୀ-ବାଜି ରହିଲା ମୋ ସାନଭଉଣୀ, ତୁଳସୀ ଚଉରା ଚନ୍ଦନ କାଠ, ଚିଠିରେ ଚିଠିରେ ଚଉଠି ରାତି

ଗୌରୀ- ଶହେ ମାନସିକ ତୋରି ପାଇଁ, ଅଳପ ଫୁଲେଇ ଏତେ ଲାଜେଇ

କଳିଙ୍ଗ– ମିତା ମହାନ୍ତି ମିଛ କୁହନ୍ତି, ଫଗୁଣ ଦେଇଛି ପହିଲି ଚିଠି

ବିଦ୍ରୋହୀ, ଲାଲୁ ଶାସନରେ ଭାଲୁରାଜା

ପାର୍ବତୀ-ଲାଜକଥା କାହାକୁ କହିବି, ଏମିତି ଝିଅକୁ ଶହେ ସଲାମ. ଜହ୍ନରେ ରହିବି କଳଙ୍କ ହୋଇ

କୋଣାର୍କ-ବାକି ରହିଲା ହାଟ ସଉଦା , ଏମିତି କାହାଣୀ କେବେ ଶୁଣିନି, ଅଛୁଁଆ ମଣିଷ, କଙ୍କାଳକୋଠୀ. ବାହାବଜାର

ବାଘାଜତୀନ –ବାଜେ ଝିଅକୁ ଛୁଇଁବା ମନା, ସଖି ମୋର ସାକ୍ଷୀ ବିଶ୍ଵଜନନୀ– ଆଖିଲୁହ ସାଥେ କରିଛି ଘର, ଧିରେଧିରେ ବାଜେ ଶୁଭ ମହୁରୀ

ସଚ୍ଚିଦାନନ୍ଦ– ରେଫ ଆଣ୍ଡ ମର୍ଡ଼ର, ଗାୟତ୍ରୀ ଅପାର ଗୋପନ କଥା, ତୁଳସୀ ମଥାରେ ଚନ୍ଦନ ଟିପା, ମଝିଁଆପୁଅ କାହାର ନୁହଁ…

ରୀନା ନାୟକ ନିଜର ଯାତ୍ରାଜୀବନ କେବଳ ଜଣେ ସଚ୍ଚା କଳାକରଭାବେ କାଟିଛନ୍ତି । ଅନେକ ଯାତ୍ରାପାର୍ଟି, ଅନେକ ନାଟକ,ଅନେକ ପାର୍ଶ୍ଵ ଅଭିନେତାଙ୍କ ସହ କାମ କରିଆସିଥିବା ରୀନା ନିଜର ବ୍ୟବହାର ଅନ୍ୟମାନଙ୍କ ପ୍ରତି ଠିକ ରଖିଲେ ଅନ୍ୟଠୁଁ ଠିକ ବ୍ୟବହାର ମିଳିପାରିବ ବୋଲି କୁହନ୍ତି ।

ରୀନା ନାୟକଙ୍କ କଳାକାର ଜୀବନପରି ବୈବାହିକ ଜୀବନ ମଧ୍ୟ ଖୁବ୍ ସୁରୁଖୁର୍ । ସେ ଚରିତ୍ର ଭିତରେ ହଜିଗଲେ ନିଜ ଜୀବନ ଭିତରେ ନାଟକର ପ୍ରତିଫଳନ ଦେଖିପାରନ୍ତି ବୋଲି କୁହନ୍ତି ରୀନା ।

ସବୁ ନିନ୍ଦା ଅପବାଦକୁ ସାମନା କରି ଶିଖିଥିବା ଅଭିନେତ୍ରୀ ଏତିକି କହିପାରନ୍ତି…..ତମେମାନେ ଭାବୁଥିବ-ମୁଁ ବଂଚିଲି କେମିତି ? ଅଙ୍କଲ ଯେଉଁଦିନ ଆଶିଷ ମୋତେ ପ୍ରଥମଥର ପାଇଁ ଦେଖିଲେ ..କହିଥିଲେ- ଋତିକା ! ମୁଁ ତମକୁ ଭଲ ପାଏ । ସେଦିନ ମୁଁ ତାଙ୍କ ଉପରକୁ ଗରମ ଚା ଢ଼ାଳିଦେଇଥିଲି । ମୋ ସହ ଯେଉଁଦିନ ଶାରୀରିକ ସଂପର୍କ ରଖିବାକୁ ଚାହିଁଥିଲେ, ମୁଁ ତାଙ୍କୁ ବାଡ଼ିରେ ବାଡ଼େଇ ବାଡ଼େଇ ଲହୁଲୁହାଣ କରିଦେଇଥିଲି ।(ସଂଳାପ)

script-shreegobinda

   Related Posts