ଡକାୟତି ଯୋଜନା ପଣ୍ଡ, ୫ ଅଭିଯୁକ୍ତଙ୍କୁ ଗିରଫ କଲା ଜଟଣୀ ପୋଲିସ
25/12/2022 at 8:23 PM

ଜଟଣୀ: ନୂତନ ବର୍ଷକୁ ଆଖି ଆଗରେ ରଖି କମିଶନରରେଟ ପୋଲିସ ତରଫରୁ ଏକ ସ୍ପେସିଆଲ ଟିମ୍ ତିଆରି କରି ୨୪ ଘଣ୍ଟିଆ ପେଟ୍ରୋଲିଂ ଆରମ୍ଭ କରିଥିଲା ବେଳେ ଜଟଣୀ ପୋଲିସକୁ ମିଳିଛି ବଡ ସଫଳତା l ଗତକାଲି ରାତିରେ ନାଇଟ ପେଟ୍ରୋଲିଂ କରୁଥିବା ସମୟରେ ଆଇ.ଓ.ସି. ଏଲ. ରୋଡରେ ଥିବା ଖଣ୍ଡୁଆଳ ମନ୍ଦିର ନିକଟରେ ଏକ ପରିତ୍ୟକ୍ତ ଘର ଉପରେ ଚଢାଉ କରି ୫ ଜଣ ଅଭିଯୁକ୍ତ ଗିରଫ କରିବାରେ ସଫଳ ହୋଇଛି କମିଶନରରେଟ ପୋଲିସର ସ୍ପେସିଆଲ ଟିମ୍ l
ପଚରାଉଚୁରା ସମୟରେ ପାଞ୍ଚ ଅଭିଯୁକ୍ତ ଡକାୟତ କରିବାକୁ ଯୋଜନା କରୁଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି। ପୋଲିସ ତାଙ୍କ ଠାରୁ ଚାରୋଟି ଧାରୁଆ ଛୁରୀ, ଗୋଟିଏ ଲୁହ ମାର୍ତ୍ତୁଳ, ଗୋଟିଏ ବଡ଼ ସ୍କୃ ଡ୍ରାଇଭର ଓ ୨ଟି ମୋବାଇଲ ସହ ଲଙ୍କାଗୁଣ୍ଡା ମଧ୍ୟ ଜବତ କରିଛି ପୋଲିସ l ୫ ଅଭିଯୁକ୍ତ ହେଲେ ଜଟଣୀ ଥାନା ମୁଣ୍ଡିଆସାହି ଅଂଚଳର ସେକ୍ ଫରିଉଦ୍ଦିନ, ସଞ୍ଜୟ ଦାସ ଓ ରମେଶ ଦାସ ହୋଇଥିବା ବେଳେ ରଥିପୁର ଅଞ୍ଚଳର ସେକ୍ ବସି ରୁଦ୍ଦିନ ଓ ଅଂସର ଶାହକୁ ଆଜି କୋର୍ଟ ଚାଲାଣ କରିଵା ସହ ଏମାନଙ୍କ ନାଁରେ ୫ ରୁ ୭ ଟି ମାମଲା ଥାନାରେ ଥିବା ପୋଲିସ କହିଛି l