<strong>Winsome Diamonds fraud case: ସାରା ଦୁନିଆରେ ଜତୀନ ମେହତାଙ୍କ ସମ୍ପତ୍ତି ହେବ ସିଜ୍, ବ୍ରିଟେନ କୋର୍ଟଙ୍କ ନିଷ୍ପତ୍ତି</strong>

Published By : Prameya-News7 Bureau | July 23, 2022 IST

ନୂଆଦିଲ୍ଲୀ: ୱିନସୋମ ଘୋଟାଲା ଉପରେ ବ୍ରିଟେନ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ବ୍ରିଟେନ ହାଇକୋର୍ଟ ୱିନସୋମ ଡାଇମଣ୍ଡ ଆଣ୍ଡ ଜୁଏଲାରୀ ମିଲିଟେଡର ମାଲିକ ଜତୀନ ମେହତା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସମସ୍ତ ସମ୍ପତ୍ତି ସିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଭାରତରେ ବଡ ଘୋଟାଲା କରିଥିବା ମେହତା, ତାଙ୍କ ପତ୍ନୀ ସନିଆ ଏବଂ ତାଙ୍କ ଦୁଇ ପୁଅ ବିଶାଳ ଏବଂ ସୁରଜଙ୍କ ପାଇଁ ଏକ ବଡ଼ ଝଟକା ।

ଜତୀନ ମେହତା କିଛି ବର୍ଷ ତଳେ ହୀରା ବ୍ୟବସାୟ କରୁଥିଲେ । ୱିନସୋମ ଡାଇମଣ୍ଡ ଏବଂ ଫରଇଭର ପ୍ରିସିୟସ ଡାଇମଣ୍ଡ ତାଙ୍କର ଦୁଇଟି କମ୍ପାନି ଥିଲା। ମେହତାଙ୍କ ଉପରେ ଏକ ବିଲିୟନ ଡଲାରର ଘୋଟାଲାର ଅଭିଯୋଗ ଅଛି । ଭାରତ ଏକ ଡର୍ଜନରୁ ଅଧିକ ବ୍ୟାଙ୍କରୁ ୫ ହଜାର କୋଟି ଟଙ୍କା ନେଇ ଆଉ ଫେରାଇ ନାହାନ୍ତି । ପୂର୍ବରୁ ମେହତାକୁ ପଳାତକ ଘୋଷଣା କରାଯାଇଥିଲା । କିନ୍ତୁ ସେଣ୍ଟ କିଟସ ଏବଂ ନେଭିସର ନାଗରିକତା ପାଇବା ପରେ ଏଯାଏଁ ସେ ଲଣ୍ଡନରେ ଶାନ୍ତିରେ ଜୀବନ ବିତାଉଥିଲା।

ସେଣ୍ଟ କିଟସ ଏବଂ ନେଭିସ ସହ ପ୍ରତ୍ୟର୍ପଣର ସନ୍ଧି ନଥିବାରୁ ତାକୁ ଭାରତକୁ ଫେରାଇ ଅଣାଯାଇପାରୁ ନାହିଁ । ମେହତା ନିଜ ପୂରା ପରିବାର ସହ ବହୁ ବର୍ଷରୁ ଫେରାର ଅଛି । ଏବେ ଇଡି ଏବଂ ସିବିଆଇ ତାଙ୍କ ପ୍ରତ୍ୟର୍ପଣର ପ୍ରୟାସ କରୁଛି । ମେହତା ଏବଂ ତାଙ୍କ ସହ ଜଡିତ ବହୁ କମ୍ପାନି ବିରୋଧରେ ବିଭିନ୍ନ କୋର୍ଟରେ ମାମଲା ବିଚାରଧୀନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.