ମହିଳାଙ୍କୁ ଆକ୍ରମଣ କରି ସୁନା ଚେନ ଲୁଟିବା ଘଟଣା, ଲୁଟେରାକୁ ଧରିଲା ଜଟଣୀ ପୋଲିସ
3/01/2023 at 10:39 PM

ଜଟଣୀ: ଜଟଣୀ ମୁନିସିପାଲିଟିର ଜଣେ ମହିଳା କର୍ମଚାରୀଙ୍କୁ ଆକ୍ରମଣ କରି ସୁନା ଚେନ ଏବଂ ମୋବାଇଲ ଲୁଟି ନେବା ଘଟଣାରେ ଜଣେ ଅଭିଯୁକ୍ତ ଅଟକ । ମାମଲାରେ ଅଭିଯୁକ୍ତକୁ ଅଧିକ ପଚରାଉଚରା କରୁଛି ପୋଲିସ । ଅନ୍ୟପଟେ ପ୍ରାଥମିକ ଚିକିତ୍ସା ପରେ ମହିଳା କର୍ମଚାରୀ ଜଣଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ଜଟଣୀ ମୁନିସିପାଲିଟିର କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ମନୋରମା ଘୋଛାୟତ ନିଜ କାର୍ଯ୍ୟ ସାରି ଘରକୁ ଫେରୁଥିଲେ । ତେବେ ଅଧାବାଟରେ ହଠାତ୍ ଜଣେ ଦୁର୍ବୃତ୍ତ ଆକ୍ରମଣ କରି ତାଙ୍କ ଠାରୁ ସୁନା ଚେନ୍ ଓ ମୋବାଇଲ ଛଡେଇ ନେଇ ପଳେଇ ଯାଇଥିଲା l ମହିଳା ଜଣଙ୍କୁ ଯୁବକକୁ ବିରୋଧ କରିବାରୁ ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କ ବେଶକୁ ଆଘାତ କରିଥିଲା । ମହିଳା ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଜଟଣୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିର୍ତ୍ତି କରି ବିଭିନ୍ନ ଜାଗାରେ ଚଢଉ କରି ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚାରୁଉଚରା କରିଛୁ l