ଶ୍ରୀଜଗନ୍ନାଥଙ୍କ ଖାତାକୁ ଯାଇଥିବା ଜମି ମାଲିକନାକୁ ଫେରାଇବା ପାଇଁ ଦାବି, ମୁଖ୍ୟଶାସନ ସଚିବଙ୍କୁ ଭେଟିଲା କମିଟି
7/01/2023 at 11:11 AM

ଜଟଣୀ ୦୭।୦୧: ଜଟଣୀ ନିର୍ବାଚନ ମଣ୍ଡଳୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଏଖାରଜାତ ମହଲ ସ୍ଥିତିବାନ ସମ୍ପତ୍ତିର ୧୬ଟି ମୌଜା ପ୍ରଜାମାନଙ୍କୁ ହସ୍ତାନ୍ତର କରିବା ପ୍ରସଙ୍ଗ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟିଥିଲା ଜଟଣୀ ନାଗରିକ କମିଟି । ବିଶ୍ବକପ୍ ହକି ପରେ ଆଇନ ବିଭାଗ ସଚିବଙ୍କୁ ଭେଟି ଏ ସମ୍ପର୍କରେ ସମାଧାନର ବାଟ ବାହାର କରିବାକୁ ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଜଟଣୀ ନାଗରିକ କମିଟି ସଭାପତି ।

ଏହା ପୂର୍ବରୁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ସମାନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ହକି ବିଶ୍ବକପ ପରେ ଯଦି ଜଟଣୀବାସୀଙ୍କ ଏହି ସମସ୍ୟାର ସମାଧାନ କରାନଯାଏ ତାହେଲେ ଦାବି ପୂରଣ ପାଇଁ ଆମରଣ ଅନସନ କରାଯିବ ବୋଲି କହିଛି ଜଟଣୀ ନାଗରିକ କମିଟି ।