ଖୋର୍ଦ୍ଧାରୋଡ଼ ଶ୍ରମିକ କଂଗ୍ରେସରେ ଯୋଗଦେଲେ ୟୁନିଅନର ଶତାଧିକ ନେତା ଓ କର୍ମୀ

Published By : Prameya-News7 Bureau | October 30, 2022 IST

ଜଟଣୀ ୩୦।୧୦ : ଖୋର୍ଦ୍ଧାରୋଡ଼ ଶ୍ରମିକ କଂଗ୍ରେସରେ ଯୋଗୋଦେଲେ ଶ୍ରମିକ ୟୁନିଅନର ଶତାଧିକ ନେତା ଓ କର୍ମୀ। ଖୋର୍ଦ୍ଧାରୋଡ଼ ମଣ୍ଡଳର ମୁଖ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ମଣ୍ଡଳ ସଂଯୋଜକ ପ୍ରମୋଦ କୁମାର ସାହାଣୀ, ଶାଖା ସମ୍ପାଦକ ଏଲ.ଡି ମହାନ୍ତି ଓ ଶ୍ରମିକ ୟୁନିଅନର ପୂର୍ବତନ ମଣ୍ଡଳ ସଂଯୋଜକ ନିରଞ୍ଜନ ମିଶ୍ର ସମେତ ମଣ୍ଡଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ଶତାଧିକ ନେତା ଓ କର୍ମୀ ଖୋର୍ଦ୍ଧାରୋଡ଼ ଷ୍ଟେସନ ଠାରୁ ଏକ ବିରାଟ ପଟୁଆରରେ ଆସି ଶ୍ରମିକ କଂଗ୍ରେସର ମୁଖ୍ୟାଳୟ ଠାରେ ପହଞ୍ଚିଥିଲେ। ପରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ନେତୃବୃନ୍ଦ ମାନେ ସେମାନଙ୍କୁ ସ୍ୱାଗତ କରିଥିଲେ l ବର୍ଷକ ଆଗରୁ ଶ୍ରମିକ ୟୁନିୟନର ନେତା ଓ କର୍ମୀ କଂଗ୍ରେସରେ ମିଶି ଥିବାରୁ ପୂର୍ବତଟ ଇନଷ୍ଟିଚ୍ୟୁଟ୍‌ର ନିର୍ବାଚନରେ ଶୋଚନୀୟ ପରାଜୟ ସମ୍ମୁଖୀନ ହୋଇଥିବା ଶ୍ରମିକ ୟୁନିଅନ କହିଥିଲେ l ଆଗାମୀ ଦିନରେ ପୂର୍ବତଟ ରେଳପଥର ବହୁ ନେତା ଓ କର୍ମୀ, ଶ୍ରମିକ କଂଗ୍ରେସରେ ଯୋଗଦେବେ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.