ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବଗଲାମୁଖୀ ଦେବୀଙ୍କ ପ୍ରଥମ ବାର୍ଷିକ ଉତ୍ସବ, ଯୋଗଦେଲେ ବହୁ ଶ୍ରଦ୍ଧାଳୁ

21/11/2022 at 7:45 AM

ଜଟଣୀ ୨୨।୧୧ : ଜଟଣୀ PHD ଅଫିସ, ପୋଷ୍ଟାଲ କଲୋନୀରେ ବଗଲାମୁଖୀ ଦେବୀଙ୍କ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଛି । ମାଆଙ୍କ ଉତ୍ସବ ତୁଳା ସଂକ୍ରାନ୍ତି ରୁ ଆରମ୍ଭ ହୋଇଥିବା ବେଳେ ଦଶମୀ ଦିନ ପୂର୍ଣ୍ଣାହୂତି ହୋଇଛି । ଦଶମୀ ତିଥିରେ ସୂର୍ଯ୍ୟପୂଜା, ଧେନୁପୂଜା, ଶାଲାପୂଜା, ରୁଦ୍ରାଭିଷେକ, ଚଣ୍ଡୀପାଠ ସହ ପୂର୍ଣ୍ଣାହୁତୀ ହୋଇଥିଲା l ମାଆଙ୍କ ଉତ୍ସବ ପାଇଁ ଦୁରଦୁରାନ୍ତରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା ।

ଖୋର୍ଦ୍ଧା ଓ ଆଖପାଖ ଜିଲ୍ଲାରୁ ପ୍ରବଳ ଶ୍ରଦ୍ଧାଳୁଙ୍କୁ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରତିଦିନ ସନ୍ଧ୍ୟା ଆଳତୀ ପରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ତା ସହ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା l ଦୂରଦୂରାନ୍ତ ଆସିଥିବା ଶ୍ରଦ୍ଧାଳୁ ଆଧ୍ୟାତ୍ମିକ ଭରା କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଇ  ମା’ ଙ୍କ ଆର୍ଶୀବାଦ ପ୍ରାପ୍ତ କରିବା ସହ ଅତି ନିରୀହ ଗରିବ ଶ୍ରେଣୀ ଲୋକଙ୍କୁ ବସ୍ତ୍ର, କମ୍ବଳ ଓ ଅର୍ଥରାଶି ପ୍ରଧାନ କରାଯାଇଥିଲେ l

   Related Posts