oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଥରେ ଗୀତ ଗାଇ ଚର୍ଚ୍ଚାକୁ ଆସିଲେ ବିଧାୟକ ସୁର ରାଉତରାୟ, ପିତା-ପୁତ୍ର ସଂପର୍କକୁ ନେଇ ଏଥର ଦେଲେ ମେସେଜ୍

27/12/2020 at 8:44 AM

କଟକ ୨୭।୧୨: ଗୀତ ଗାଇ ପୁଣି ଥରେ ଚର୍ଚ୍ଚାକୁ ଆସିଲେ ଭେଟେରାନ୍ ରାଜନେତା ସୁର ରାଉତରାୟ । ବେଶ୍ ବିନ୍ଦାସ୍ ଢଙ୍ଗରେ ସୁର ପୁଣି ଥରେ ଗୀତ ଗାଇ ଜଣାଇ ଦେଇଛନ୍ତି ଯେ ସଙ୍ଗୀତ ପାଇଁ ବୟସ ବାଧକ ନୁହେଁ ।

ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜଟଣୀ ବିଧାୟକ ସୁର ରାଉତରାୟ କଟକର ଏକ ଷ୍ଟୁଡ଼ିଓରେ ପହଞ୍ଚି ଗୀତ ଗାଇଛନ୍ତି । ଯାହା କିଛି ଭଲ ମେସେଜ ଦେଉଛି । ଗୀତର ମୁଖ୍ୟାଂଶ ହେଉଛି ସୁନାର ବାପା । ଅର୍ଥାତ୍ ପରିବର୍ତ୍ତିତ ସମାଜରେ ପିତା-ପୁତ୍ର ଭିତରେ ସମ୍ପର୍କ କେମିତି ରହିବା ଉଚିତ୍ ।

ନିକଟରେ ସୁର ରାଉତରାୟ ଗୀତ ଗାଇ ଏକ ପ୍ରକାର ଚହଳ ସୃଷ୍ଟି କରିଥିଲେ । ସେତେବେଳେ ପପୁଲାର ଗୀତ ରଙ୍ଗବତୀ ସହିତ ଭିନ୍ନ ମେସେଜ୍ ଦେଇଥିଲେ ସୁର । ଆଉ ଏଥର ସୁନା ବାପା ନାଁରେ ଲୋକଙ୍କ ପାଖକୁ ଆସିଛନ୍ତି ସୁର । ଯାହାର ଗୀତ ଲେଖିଛନ୍ତି ତପୁ ରାଉତ ଏବଂ ସଙ୍ଗୀତରେ ସଜାଇଛନ୍ତି ଜାପାନୀ ଭାଇ ।

କେବେ ବିବାଦୀୟ ବୟାନ ତ ପୁଣି କେବେ ହାସ୍ୟାତ୍ମକ କଥା, ଏ ସବୁ ସୁର ରାଉତଙ୍କୁ ବେଶ୍ ପ୍ରସିଦ୍ଧି ଆଣିଦେଇଛି । ହେଲେ ସଙ୍ଗୀତ ଜଗତରେ ସୁର ପାଦ ରଖିବା ହୁଏତ ଆଉ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ ବୋଲି କୁହାଯାଇପାରେ ।

   Related Posts