ଜଟଣୀ ୩୦।୦୯ : ଶେଷ ହେଲା ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା । ଗଣେଶ ଚତୁର୍ଥୀଠାରୁ ଆରମ୍ଭ ହୋଇଥିବା ୧୦ଦିନ ଧରି ଚାଲିଥିବା ଏହି ପୂଜା ଉତ୍ସବ ଶୁକ୍ରବାର ପୂର୍ଣ୍ଣିମା ସନ୍ଧ୍ୟାରେ ଆନନ୍ଦ ଉଲ୍ଲାସର ସହ ଉଦ୍ଯାପିତ ହୋଇଛି । ସୀତାରାମ ଛକରୁ ଭସାଣିସ୍ଥଳ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଉଭୟପାଶ୍ୱର୍ରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ଠାକୁରଙ୍କୁ ଅଶ୍ରୁପୂର୍ଣ୍ଣ ନୟନରେ ମେଲାଣି ଦେଇଥିଲେ ।
wp:embed {"url":"https://www.prameyanews7.com/jatni-ganesh-bhasani-utsav/","type":"wp-embed","providerNameSlug":"prameya-news-7"} /wp:embedଗଣପତି ବାବା ମୋରିଆ ଧ୍ୱନିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ବିଭିନ୍ନ ପେଣ୍ଡାଲର ମେଢ଼ ବିସର୍ଜନ ଶୋଭାଯାତ୍ରାରେ ବାଜା ରୋସଣି, ନୃତ୍ୟଗୀତ ଲୋକଙ୍କୁ ବେଶ୍ ମନୋରଂଜନ ଦେଇଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସ୍ଥାନୀୟ ଏବଂ ଦୂରଦୂରାନ୍ତରୁ ଆସିଥିବା ଲୋକେ ଭସାଣି ଉତ୍ସବରେ ସାମିଲ ହୋଇଥିଲେ । ସନ୍ଧ୍ୟା ୭ଟାରୁ ରାତି ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବ ଭସାଣି ଶୋଭାଯାତ୍ରା ହୋଇଥିଲା । ଗୋଟିଏ ଧାଡ଼ିରେ ଆଗପଛ ହୋଇ ୪୦ଟି ପେଣ୍ଡାଲର ମେଢ ଶୋଭାଯାତ୍ରାରେ ମୁଖ୍ୟରାସ୍ତା ଦେଇ ଯିବାର ଦୃଶ୍ୟ ବେଶ୍ ଆକର୍ଷଣୀୟ ଥିଲା । ଭାଙ୍ଗଡ଼ା, ସମ୍ବଲପୁରୀ, ସିଂହବାଜା, ଢ଼ୋଲ ମହୁରୀ, ବଗଲାବଗୁଲୀ ନୃତ୍ୟ, ଧୁମ୍ସା, ଟ୍ରାଙ୍ଗୋ ବାଜା ସହିତ ଘଣ୍ଟ ଘଣ୍ଟି ଧ୍ୱନିରେ କମ୍ପି ଉଠିଥିଲା ସାରା ଅଞ୍ଚଳ ।
ସେହିପରି ବନାଟୀ ଖେଳ, ଚଇତିଘୋଡ଼ା, ମୟୂର, ବୃଷଭ, ବାଘ ଓ ନାଗାନୃତ୍ୟ ସହିତ ଅଘୋରୀ ବେଶ, ମହିଳାଙ୍କ ଦ୍ୱାରା ଫାୟାର ଡ୍ୟାନ୍ସ, ୧୧ ଫୁଟର ଶିବଶଙ୍କର, ହନୁମାନ, ରାଜାରାଣୀ, ବୁଢ଼ାବୁଢ଼ୀ, ମୋଟୁ ପତଲୁ ବେଶଧାରୀଙ୍କ ଅଙ୍ଗଭଙ୍ଗୀ ଦେଖି ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଆନନ୍ଦ ଉଠାଇଥିଲେ । ରଙ୍ଗ ବେରଙ୍ଗ ଆଲୋକମାଳା ଓ ଆତସବାଜି ପ୍ରଦର୍ଶନରେ ସହର ରଙ୍ଗିନ୍ ହୋଇ ଉଠିଥିଲା ।
wp:embed {"url":"https://www.prameyanews7.com/actor-michael-gambon-harry-potters-dumbledore-dies-at-82/","type":"wp-embed","providerNameSlug":"prameya-news-7"} /wp:embed