ଚାଲିଥିଲା ନକଲି ସିଗାରେଟ କମ୍ପାନୀ, ଚଢ଼ାଉ କରି ସିଲ୍‌ କଲା ମୁମ୍ୱାଇ ଟିମ୍‌

Published By : Prameya-News7 Bureau | December 05, 2022 IST

ଜଟଣୀ, ୦୫/୧୨: ଯାଆଁଳା ଇନ୍ଫୋଭେଲି ଥାନା ଅଂଚଳରେ ନକିଲି ସିଗାରେଟ କଂପାନୀ ଉପରେ ମୁମ୍ବାଇ ଆଇ.ପି. ଇନଭେଷ୍ଟିକେସନ ଟିମର ଚଢ଼ାଉ । ଟୋଟନ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଚାରି ଜଣିଆ ଟିମ୍‌, କମିଶନରରେଟ ପୋଲିସର ସହାୟତାରେ ଏହି ଚଢ଼ାଉ କରିଛି । ଯାଆଁଳା ଅଲକର ଗ୍ରାମରେ ଚାଲିଥିବା ନକଲି ସିଗାରେଟ କମ୍ପାନୀ ଉପରେ ଚଢ଼ାଉ କରାଯାଇଛି । ବିପୁଳ ପରିମାଣର ସିଗାରେଟ ସହିତ କମ୍ପାନୀକୁ ପୋଲିସ ଉପସ୍ଥିତରେ ସିଲ କରିଛି ଟିମ l

ତିନୋଟି କମ୍ପାନୀ H 10, wiz FLAKE, ଓ S STAR କମ୍ପାନୀର ସିଗାରେଟ ଏଠାରେ ପ୍ରସ୍ତୁତ କରାଯାଉଥିଲା l  ଏଇ ନେଇ କମ୍ପାନୀ ମାଲିକ କହିଛନ୍ତି ଏଇ ଅଭିଯୋଗ ମିଥ୍ୟା, ଆମ ପାଖରେ ଥିବା ଲାଇସେନ୍ସ ଅନୁସାରେ ଆମେ ଆମ ବ୍ରାଣ୍ଡରେ ତିଆରି କରୁଛୁ ଓ କୌଣସି ନକଲି କାମ ଏଠାରେ କରୁନାହୁଁ ଆମ କମ୍ପାନୀ ନାରେ ଥିବା ବ୍ରାଣ୍ଡରେ ଆମେ ଆମର ସିଗାରେଟ ତିଆରି କରୁଛୁ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.