Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୨ ଯୁବକ, ଜଣେ ଉଦ୍ଧାର, ଅନ୍ୟଜଣେ ନିଖୋଜ
  • ||
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ଯଶରାଜଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

17/08/2020 at 8:35 PM

ନୂଆଦିଲ୍ଲୀ, ୧୭|୦୮:  ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଯଶରାଜଙ୍କର ପରଲୋକ ହୋଇଯାଇଛି । ଆମେରିକାରେ ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଯଶରାଜ ଭାରତର ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକଙ୍କ ମଧ୍ୟରୁ ଅନ୍ୟତମ ।

ଯଶରାଜ ମେବାତି ବଂଶର। ଯଶରାଜ ୪ବର୍ଷର ହୋଇଥିବାବେଳେ ତାଙ୍କ ବାପା ପଣ୍ଡିତ ମୋତିରାମଙ୍କ ପରଲୋକ ହୋଇଥିଲା। ତାଙ୍କ ଲାଳନ ପାଳନ ବଡ଼ ଭାଇ ପଣ୍ଡିତ ମଣିରାମଙ୍କ ତତ୍ତ୍ବାବଧାନରେ ହୋଇଥିଲା। ପଣ୍ଡିତ ଯଶରାଜ ସଙ୍ଗୀତ ଦୁନିଆରେ ୮୦ବର୍ଷରୁ ଅଧିକ ବିତାଇଛନ୍ତି ଏବଂ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ସେ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ ।

ଯଶରାଜଙ୍କ ଦେହାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି ଯେ, ବିଶିଷ୍ଟ ସଙ୍ଗୀତଜ୍ଞ ଯଶରାଜଙ୍କ ଦେହାନ୍ତ ଖବର ତାଙ୍କୁ ମର୍ମାହତ କରିଛି । ସେ ସଙ୍ଗୀତ ଜଗତରେ ୮ ଦଶନ୍ଧୀରୁ ଅଧିକ ସମୟ ବିତାଇଥିଲେ । ଏହାସହ ତାଙ୍କ ପରିବାର ପ୍ରତି ରାଷ୍ଟ୍ରପତି ସମବେଦନା ଜ୍ଞାପନ କରିଛନ୍ତି ।

   Related Posts