ଟିମ୍ ଇଣ୍ଡିଆକୁ ଝଟ୍କା; ଶ୍ରୀଲଙ୍କା ସିରିଜରୁ ବାଦ୍ ପଡ଼ିଲେ ଯଶପ୍ରୀତ୍ ବୁମରା
9/01/2023 at 3:26 PM

ମୁମ୍ବାଇ: ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜରୁ ବାଦ ପଡ଼ିଲେ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା । ଆହତ କାରଣ ତାଙ୍କୁ ଓ୍ବାନଡେ’ ସିରିଜ୍ ତାଙ୍କୁ ବାଦ୍ ଦିଆଯାଇଛି । ମ୍ୟାଚ୍ର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଟିମ୍ ସ୍କ୍ବାର୍ଡରୁ ବାଦ ଦିଆଯାଇଛି । ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ତାଙ୍କୁ ଟିମ୍ରୁ ବାଦ ଦିଆଯାଇଛି ବୋଲି ବିସିସିଆଇ କହିଛି ।
ରିପୋର୍ଟ ଅନୁଯାୟୀ, ଆସନ୍ତା ୧୦ ତାରିଖରୁ ଭାରତ-ଶ୍ରୀଲଙ୍କ ଦିନିକିଆ ସିରିଜ୍ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଆସାମର ଗୌହାଟୀ ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଝଟକା ଲାଗିଛି । ଦଳରୁ ବାଦ୍ ପଡ଼ିଛନ୍ତି ଦ୍ରୁତ ବୋଲର ଯଶପ୍ରୀତ୍ ବୁମରହା । ଟି-୨୦ ବିଶ୍ବକପ ପୂର୍ବରୁ ଆହତ ଯୋଗୁ ଟିମ୍ ଇଣ୍ଡିଆରୁ ବାଦ ପଡ଼ିଛନ୍ତି ବୁମରହା । ବାଂଲାଦେଶ ସିରିଜରେ ମଧ୍ୟ ଦଳ ସାମିଲ ହୋଇନଥିଲେ । ହେଲେ ଭାରତ-ଶ୍ରୀଲଙ୍କା ଓ୍ବାନଡେ ସିରିଜ୍ ପାଇଁ ବିସିସିଆଇ ୬ଦିନ ପୂର୍ବରୁ ବୁମରାଙ୍କୁ ସ୍କ୍ବାର୍ଡରେ ସାମିଲ କରିଥିଲା । ଏବେ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଦଳରୁ ପୁଣି ଥରେ ବାଦ୍ ପଡ଼ିଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ତାଙ୍କୁ ଟିମ୍ରୁ ବାଦ ଦିଆଯାଇଛି ବୋଲି ବିସିସିଆଇ କହିଛି ।