Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୩ କିଲୋ ଗଞ୍ଜେଇ ସହିତ ବୋଲେରୋ ଜବତ; ୨ ଚୋରା ଚାଲାଣକାରୀ ଗିରଫ
  • ||
  • ଦେଶରେ କମିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୮୮୧୩ କରୋନା ପଜିଟିଭ୍
  • ||
  • ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ : ସ୍ୱାମୀ-ସ୍ତ୍ରୀଙ୍କ ସମେତ ୪ ମୃତ
  • ||
  • ଭାରତକୁ ବଡ ଝଟ୍‌କା ଦେଲା ଫିଫା : ଏଆଇଏଫଏଫକୁ କଲା ସସପେଣ୍ଡ୍, ମହିଳା ବିଶ୍ୱକପ ଆୟୋଜନ ଅଧିକାର ବି ଛଡାଇ ନେଲା
  • ||
  • ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍ସାହିତ ପ୍ରଶଂସକ : ଟିକେଟ୍ ବୁକିଂ ବେଳେ କ୍ରାଶ୍ ହୋଇଗଲା ଓ୍ୱେବସାଇଟ୍
  • ||
  • ମଙ୍ଗଳବାର ବିହାର କ୍ୟାବିନେଟର ସଂପ୍ରସାରଣ, ଶପଥ ନେବେ ୩୧ ମନ୍ତ୍ରୀ
  • ||

ପଞ୍ଚମ ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ବୁମରା, କରୋନା ଯୋଗୁଁ ରୋହିତ ବାଦ ପଡିବା ପରେ ବିସିସିଆଇର ଘୋଷଣା

30/06/2022 at 7:32 PM

ନୂଆଦିଲ୍ଲୀ: ଜଶପ୍ରୀତ ବୁମରାଙ୍କୁ ଟିମ ଇଣ୍ଡିଆର ଅଧିନାୟକ କରାଯାଇଛି । ଗୁରୁବାର ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ନିୟମିତ ଅଧିନାୟକ ରୋହିତ ଶର୍ମା କରୋନା କାରଣରୁ ଟିମରୁ ବାହାର ହେବା ପରେ ବୁମରାଙ୍କୁ ଟିମର ଅଧିନାୟକ କରାଯାଇଛି । କିପଲ ଦେବଙ୍କ ପରେ ବୁମରା ଭାରତର ଅଧିନାୟକ ଦାୟିତ୍ୱ ନେବାରେ ପ୍ରଥମ ଦ୍ରୁତ ବୋଲର ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଶୁକ୍ରବାର ଏଜବେଷ୍ଟନରେ ଖେଳାଯିବ। ସିରିଜରେ ଟିମ ଇଣ୍ଡିଆରେ ୨-୧ରେ ଆଗରେ ରହିଛି । ଏପରି ସ୍ଥିତିରେ ବୁମରାହ ଟିମକୁ ସିରିଜ ବିଜୟୀ କରାଇବାକୁ ଚାହିଁବେ । ୱାଲର୍ଡ ଟେଷ୍ଟ ଚାମ୍ପିୟନସିପ୍ ଦୃଷ୍ଟିରୁ ମଧ୍ୟ ଏହି ମ୍ୟାଚ ବହୁ ଗୁରୁତ୍ୱପୂର୍ଣ୍ଣ।

ବିସିସିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗୁରୁବାର ସକାଳେ ରୋହିତ ଶର୍ମାଙ୍କ ନମୂନା ପରୀକ୍ଷଣ ହୋଇଥିଲା ଏବଂ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଫଳରେ ସେ ଏହି ମ୍ୟାଚରୁ ବାହାରେ ରହିବେ । ଏପରିସ୍ଥିତିରେ ଚୟନ କମିଟି ବୁମରାକୁ ଅଧିନାୟକ ଏବଂ ରିଷଭ ପନ୍ତଙ୍କୁ ଉପ ଅଧିନାୟକ କରିବାକୁ ନିଷ୍ପତ୍ତି ନେଇଛି। ଗତ ବର୍ଷ ଇଂଲଣ୍ଡ ଗସ୍ତରେ ରିଷଭ ପନ୍ତ ଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

   Related Posts