ଇଂଲଣ୍ଡ ବିପକ୍ଷ ଫାଇନାଲ ଟେଷ୍ଟ: ଟିମ୍‌କୁ ଫେରିଲେ ଜଶପ୍ରୀତ ବୁମ୍ରା, ବାଦ୍ ପଡ଼ିଲେ ରାହୁଲ

Published By : Prameya-News7 Bureau | February 29, 2024 IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ପଞ୍ଚମ ତଥା ଫାଇନାଲ୍ ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ମାର୍ଚ୍ଚ ୭ ତାରିଖରେ ଧର୍ମଶାଳାରେ ଫାଇନାଲ୍ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ କେଏଲ୍ ରାହୁଲ୍‌ଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ଫିଟ୍ ନଥିବା କାରଣରୁ ତାଙ୍କୁ ବାଦ୍ ଦିଆଯାଇଛି ବୋଲି ବିସିସିଆଇ କହିଛି। ଏଥିସହିତ  ଲଣ୍ଡନର ଜଣେ ସ୍ପେଶାଲିଷ୍ଟ ରାହୁଲଙ୍କ ଚିକିତ୍ସାରେ ଲାଗିଛନ୍ତି। ବୋର୍ଡ ଏହା ଉପରେ ନଜର ରଖିଛି ବୋଲି ବିସିସିଆଇ ସୂଚନା ଦେଇଛନ୍ତି।  

ଧର୍ମଶାଳାରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍‌ରେ ବୁମ୍ରା ଦଳକୁ ଫେରିଛନ୍ତି। ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ହେଲେ ଏପୂର୍ବରୁ ସେ ୩ଟି ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ୧୭ଟି ୱିକେଟ ହାସଲ୍ ନେଇଥିଲେ। ଗତ ଫେବ୍ରୁଆରୀରେ ବ୍ରୁମା ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ଆଇସିସ ଟେଷ୍ଟ ବୋଲିଂ ରାଙ୍କିରେ ନମ୍ବର ୱାନ୍ ହୋଇଥିଲେ। ବିଶାଖାପାଟନମରେ ୯ଟି ୱିକେଟ୍ ହାସଲ କରିବା ପରେ ବୁମ୍ରା ଏହି କିର୍ତ୍ତୀମାନ ସ୍ଥାପନ କରିଥିଲେ।

ପଢ଼ନ୍ତୁ-BCCIର ସ୍ପେଶାଲ୍‌ କଣ୍ଟ୍ରାକ୍ଟରେ ୫ ଯୁବ ପେସର ପାଇଲେ ସ୍ଥାନ, ଜାଣନ୍ତୁ କେଉଁମାନେ ଅଛନ୍ତି ଲିଷ୍ଟରେ…

ଅଫ୍‌ ସ୍ପିନର ୱାଶିଂଟନ ସୁନ୍ଦର ତାମିଲନାଡୁ ଟିମ୍‌ରେ ଯୋଗ ଦେଇ ରଣଜୀ ଟ୍ରଫି ଖେଳିବେ। ଯଦି ଆବଶ୍ୟକ ପଡ଼େ ତାଙ୍କୁ ଫାଇନାଲ୍ ଟିମ୍‌ରେ ସାମିଲ୍ କରାଯିବ। ସେହିପରି ରଜତ ପଟିଦାରଙ୍କୁ ଦଳରେ ସାମିଲ୍ କରାଯାଇଛି।      

ସୂଚନା ଥାଉକି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତ ୩-୧ରେ ଆଗୁଆ ରହିଛି। ଯଦି ଦଳ ପଞ୍ଚମ ଟେଷ୍ଟ ମ୍ୟାଚ୍ ଜିତେ ତେବେ ଟେଷ୍ଟ ଚାମ୍ପିୟନସିପ୍‌ ପଏଣ୍ଟ ଟେବୁଲ୍‌ରେ ଉନ୍ନତି ହେବ।

ଫାଇନାଲ୍ ମ୍ୟାଚ୍ ପାଇଁ ଇଣ୍ଡିଆ ଟିମ୍-

ରୋହିତ ଶର୍ମା (କ୍ୟାପ୍ଟେନ୍), ଜସପ୍ରୀତ ବୁମ୍ରା (ଭାଇସ କ୍ୟାପ୍ଟେନ), ଯଶସ୍ୱୀ ଜୟୱାଲ, ଶୁଭମନ ଗିଲ, ରଜତ ପାଟିଦାର, ସରଫରାଜ ଖାନ, ଧ୍ରୁଭ ଜୁରେଲ (ୱିକେଟ କିପର), କେ.ଏସ୍ ଭରତ (ୱିକେଟ୍ କିପର), ଦେବଦତ୍ତ ପାଡିକଲ, ଆର ଅଶ୍ୱିନ, ରବିନ୍ଦ୍ର ଯାଦବ, ଅକ୍ସର ପଟେଲ, କୁଲଦୀପ ଯାଦବ, ମହମ୍ମଦ୍ ସିରାଜ, ମୁକେଶ କୁମାର, ଆକାଶ ଦୀପ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.