ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟ ଖେଳିବେନି ବୁମରାହ: ବ୍ୟକ୍ତିଗତ କାରଣ ଦର୍ଶାଇ ବିସିସିଆଇକୁ ମାଗିଲେ ଛୁଟି

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ ୨୭/୦୨ : ଭାରତୀୟ ସ୍ପିଡ଼ ବୋଲର ଯଶପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳିବେନି। ବ୍ୟକ୍ତିଗତ କାରଣ ଯୋଗୁଁ ସେ ବିସିସିଆଇଠୁ ଛୁଟି ମାଗିଛନ୍ତି। ଚତୁର୍ଥ ଟେଷ୍ଟ ପାଇଁ ବୁମରାହଙ୍କ ଜାଗାରେ ଅନ୍ୟ କେଉଁ ଖେଳାଳିଙ୍କୁ ନିଆଯିବ ନାହିଁ। ଚତୁର୍ଥ ଟେଷ୍ଟରେ ବୁମରାହଙ୍କ ଜାଗାରେ ଉମେଶ ଯାଦବ କିମ୍ବା ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇପାରେ। ଭାରତ-ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ ମାର୍ଚ୍ଚ ୪ ତାରିଖରୁ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତ ଏହି ସିରିଜରେ ଏବେ ୨-୧ରେ ଆଗରେ ଅଛି। ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଞ୍ଚିବାକୁ ଭାରତକୁ ଶେଷ ଟେଷ୍ଟ ଡ୍ର କରିବାକୁ ହେବ।

ଇଂଲଣ୍ଡର କ୍ରିସ ୱକ୍ସ ଇସିବିର ରୋଟେସନ ନୀତି ଅନୁଯାୟୀ ଗୋଟିଏ ବି ମ୍ୟାଚ ନ ଖେଳି ଭାରତର ଟେଷ୍ଟ ଗସ୍ତରୁ ବାହାରି ଯାଇଛନ୍ତି। ୱକ୍ସ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ଭାରତ ଗସ୍ତରେ ଟେଷ୍ଟ ଟିମରେ ସାମିଲ ଥିଲେ କିନ୍ତୁ ସେ କୌଣସି ମ୍ୟାଚ ଖେଳିନଥିଲେ। ସେ ଶେଷଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଗତ ବର୍ଷ ସେପ୍ଟେମ୍ବରରେ ଏକଦିବସୀୟ ମ୍ୟାଚ ଖେଳିଥିଲେ। ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଯେ କ୍ରିସ ୱକ୍ସ ଫେରିଆସିବେ। କେବିନ ପିଟରସନ ଓ ଇୟାଲ ବେଲଙ୍କ ସମେତ ପୂର୍ବତନ ଖେଳାଳି ଇଂଲଣ୍ଡ ଟିମର ରୋଟେସନ ନୀତିକୁ ସମାଲୋଚନା କରିଛନ୍ତି। ଏହି ନୀତି ଅନୁଯାୟୀ ଜୋସ ବଟଲର ଓ ମୋଇନ ଅଲି ପ୍ରଥମ ଟେଷ୍ଟ ପରେ ଫେରି ଯାଇଥିଲେ। ଜନି ବେୟରସ୍ଟୋ ଏବଂ ମାର୍କ ୱୁଡ ପ୍ରଥମ ଦୁଇଟି ଟେଷ୍ଟ ଖେଳି ପାରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.