ଟିମ୍‌ ଇଣ୍ଡିଆକୁ ବଡ ଝଟ୍‌କା, ମ୍ୟାଚ୍‌ ବେଳେ ଆହତ ହେଲେ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ

Published By : Prameya-News7 Bureau | December 28, 2021 IST

ସେଞ୍ଚୁରିୟନ୍ ୨୮/୧୨ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିୟନରେ ଜାରିରହିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳକୁ ବଡ ଝଟ୍‌କା ଲାଗିଛି । ଦ୍ରୁତ ବୋଲର ଜଶପ୍ରୀତ ବୁମରାହଙ୍କ ପାଦରେ ଆଘାତ ଲାଗିଥିବା ଜଣାପଡିଛି । ଯାହା ଫଳରେ ସେ ପଡିଆରୁ ବାହାରକୁ ଯିବାକୁ ପଡିଛି । ତାଙ୍କ ସ୍ଥାନରେ ବଦଳ ଖେଳାଳିଭାବେ ଶ୍ରେୟସ ଆୟର ଫିଲ୍ଡିଂ କରୁଛନ୍ତି ।

ତେବେ ବୁମରାହଙ୍କ ଆହତ କେତେ ଜଟିଳ ତାହା ଜଣାପଡିନଥିବା ବେଳେ ମେଡିକାଲ ଟିମ ଲଗାତାର ଭାବେ ପରୀକ୍ଷା ଜାରି ରଖିଛନ୍ତି । ଯଦି ବୁମରାହ ତୁରନ୍ତ ସୁସ୍ଥ ନହୁଅନ୍ତି ତେବେ ଭାରତର ଟେନସନ୍‌ ବଢିବ । ବୁମରାହ ତାଙ୍କ ପ୍ରଥମ ଓଭରରେ ହିଁ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଝଟ୍‌କା ଦେଇଥିଲେ ।

{"width":802,"height":443}
छवि

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.