suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି କି ଯଶପ୍ରୀତ ବୁମରାହ? : ଜାଣନ୍ତୁ

11/06/2019 at 4:38 PM

ମୁମ୍ବାଇ ୧୧/୬: କ୍ରିକେଟ ଷ୍ଟାର ଏବଂ ସିନେମା ଜଗତର ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏହାର ତାଲିକା ବହୁତ ଲମ୍ବା। ଏବେ ଏଥିରେ ଏକ ନୂଆ ନାଁ ଯୋଡ଼ି ହୋଇଯାଇଛି। ଭାରତୀୟ ଦ୍ରୃତ ବୋଲର ଜସପ୍ରୀତ ବୁମରାହଙ୍କ ବଲରେ ଅଧିକାଂଶ ସମୟରେ ଭଲ ଭଲ ବ୍ୟାଟସମ୍ୟାନ ନିଜର ଓ୍ବିକେଟ ହରାଇବସନ୍ତି କିନ୍ତୁ ପ୍ରେମ ମଇଦାନରେ ଜସପ୍ରୀତ ବୁମରାହଙ୍କୁ କେହି ଜଣେ କ୍ଲିନ ବୋଲ୍ଡ କରି ଦେଇଛି। ବୁମରାହଙ୍କ ନାଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅନୁପମା ପରମେଶ୍ବରନଙ୍କ ସହ ଯୋଡ଼ା ଯାଉଛି।

ସୂଚନା ଅନୁଯାୟୀ ଜସପ୍ରୀତ ବୁମରାହ ଏବଂ ଅନୁପମା ପରମେଶ୍ବରନ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି। ଜସପ୍ରତ ବୁମରାହ ଅନୁପମାଙ୍କୁ ଟ୍ବିଟରରେ ମଧ୍ୟ ଫଲୋ କରୁଛନ୍ତି।

ଖାସ୍ କଥା ହେଉଛି ଏହା ଯେ ଜସପ୍ରୀତ ଏବେ ଯାଏଁ କୈାଣସି ବଲିଉଡ ଅଭିନେତ୍ରୀଙ୍କୁ ଫଲୋ କରି ନାହାନ୍ତି।

ଅନୁପମା ୨୦୧୫ମସିହାରେ ମାଲାୟାଲାମ ଫିଲ୍ମ ‘ପ୍ରେମମ’ରୁ ଡେବ୍ୟୁ କରିଥିଲେ। ଏହା ପରେ ୨୦୧୬ରେ ତେଲୁଗୁ ଫିଲ୍ମରୁ ସେ ଡେବ୍ୟୁ କରିଥିଲେ। ସେ ଏବେ ଦୁଲକେର ସଲମାନଙ୍କ ପ୍ରଡକ୍ସନରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରୁଛନ୍ତି।

ଜସପ୍ରୀତ ବୁମରାହଙ୍କ ନାଁ ପ୍ରଥମ ଥର କୈାଣସି ଅଭିନେତ୍ରୀଙ୍କ ସହ ଯୋଡ଼ି ନାହିଁ। ଏହା ପୂର୍ବରୁ ତାଙ୍କର ରାଶି ଖାନ୍ନାଙ୍କ ସହ ସମ୍ପର୍କ ଥିବାର ଖବର ଶୁଣିବାକୁ ମିଳିଥିଲା।

 

୨୦୧୯ ବିଶ୍ବ କପରେ ଜସପ୍ରୀତଙ୍କ ଭଲ ପ୍ରଦର୍ଶନ ଜାରି ରହିଛି। ବୁମରାହ ଏହି ପୂରା ବିଶ୍ବକପରେ ଖାସ୍ କ୍ରିକେଟର ଭାବେ ଜଣା ଯାଉଛନ୍ତି। ୨୫ବର୍ଷ ବୟସ୍କ ଏହି ଦ୍ରୃତ ବୋଲରଙ୍କ ଜଲଓ୍ବା ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟେଲିଆ ବିପକ୍ଷରେ ମ୍ୟାଚରେ ଦେଖାଯାଇଛି।

  

   Related Posts