ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ଦିନିକିଆ ଦଳରେ ବୁମରାହ ସାମିଲ

Published By : Prameya-News7 Bureau | January 03, 2023 IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ମଙ୍ଗଳବାର ଏକ ଭଲ ଖବର ସାମନାକୁ ଆସିଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଟିମର ଦ୍ରୁତ ବୋଲର ଜଶପ୍ରୀତ ବୁମରାହଙ୍କୁ ନେଇ ବଡ଼ ସୂଚନା ଦେଇଛି । ଜଶପ୍ରୀତ ବୁମରାହ ଫିଟ୍ ହୋଇଛନ୍ତି ଏବଂ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମରେ ତାଙ୍କୁ ସାମିଲ କରାଯାଇଛି । ଆସନ୍ତା ସପ୍ତାହରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଟିମର ସଦସ୍ୟ ରହିବେ ।

ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଚାରି ମ୍ୟାଚ ବିଶିଷ୍ଟ ବର୍ଡର-ଗାଭସ୍କର ଟ୍ରଫି ପୂର୍ବରୁ ଭାରତ ପାଇଁ ଏକ ବଡ଼ ଖବର । ଉଲ୍ଲେଖଯୋଗ୍ୟ ଯେ ଆହତ ଯୋଗୁଁ ଦୀର୍ଘ ଦିନରୁ କ୍ରିକେଟରୁ ଦୂରେଇ ଥିବା ବୁମରାହ ପୁଣି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିବେ । ବିସିସିଆଇ ପ୍ରେସ ରିଲିଜ୍ ଜାରି କରି କହିଛି ଯେ ଚୟନକର୍ତ୍ତା କମିଟି ଦ୍ରୁତ ବୋଲର ଜଶପ୍ରୀତ ବୁମରାହଙ୍କୁ ଶ୍ରୀଲଙ୍କା ବିପକ୍ଷ ଆସନ୍ତା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ କରିଛି ।

ଭାରତୀୟ ଦିନିକିଆ ଟିମ୍

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଅୟର, କେଏଲ ରାହୁଲ (ୱିକେଟ କିପର), ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ୱାଶିଂଟନ ସୁନ୍ଦର, ଯୁଜଭେନ୍ଦ୍ର ଚହଲ, କୁଳଦୀପ ଯାଦବ, ଅକ୍ଷର ପଟେଲ, ଜଶପ୍ରୀତ ବୁମରାହ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂ ।

.......................................

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.