ଆଇସିସି ଦିନିକିଆ ରାଙ୍କିଙ୍ଗରେ ବୁମରାଙ୍କ କମାଲ, ହେଲେ ଦୁନିଆର ନମ୍ବର ଓ୍ୱାନ୍‌ ବୋଲର

Published By : Prameya-News7 Bureau | July 13, 2022 IST

ମୁମ୍ବାଇ ୧୩।୦୭ : ଯଶ୍‌ପ୍ରୀତ ବୁମ୍‌ରାହଙ୍କ ପାଇଁ ଆଉ ଏକ ଗୁଡ୍‌ ନ୍ୟୁଜ । ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ଟପ-୧୦ ବୋଲିଂ ତାଲିକାରେ ଶୀର୍ଷରେ ବୁମ୍‌.. ବୁମ୍‌.. ବୁମ୍‌ରାହ । ୭୧୮ ପଏଣ୍ଟ ସହ ଟପ୍‌-୧୦ ବୋଲିଂ ତାଲିକାରେ ନମ୍ବର ଓ୍ୱାନ୍‌ରେ ରହିଛନ୍ତି ଟିମ୍‌ ଇଣ୍ଡିଆରେ ଏହି ୟର୍କର ସ୍ପେଶାଲିଷ୍ଟ ।

wp:html /wp:html

ଆଇସିସି ପକ୍ଷରୁ ଦିନିକିଆରେ ଟପ୍‌-୧୦ ବୋଲିଂ ତାଲିକା ପ୍ରକାଶ ପାଇଛି । ଏହି ତାଲିକାର ୭୧୮ ପଏଣ୍ଟ ସହ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ଜଶପ୍ରୀତ ବୁମ୍‌ରାହ । ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ବୁମ୍‌ରାହ ଦମ୍‌ଦାର ପ୍ରଦର୍ଶନ ବଳରେ ର୍ୟାଙ୍କିଂରେ ୩ଟି ସ୍ଥାନ ଉପରକୁ ଉଠିଛନ୍ତି । ସେହିପରି ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ୭୧୨ ପଏଣ୍ଟ ସହ ୨ୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନର ସାହିନ୍‌ ଆଫ୍ରିଦି ୬୮୧ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଜୋସ୍‌ ହେଜେଲହୁଡ୍‌ ୬୭୯ ପଏଣ୍ଟ ସହ ୪ ର୍ଥ ସ୍ଥାନ, ଆଫଗାନିସ୍ତାନରେ ମୁଜିବ-ଉର୍‌-ରେହେମାନ୍‌ ୬୭୬ ପଏଣ୍ଟ ସହ ୫ମ ସ୍ଥାନ, ବାଙ୍ଗଲାଦେଶର ମେହେନ୍ଦୀ ହାସନ ୯୭୫ ପଏଣ୍ଟ ସହ ୬ଷ୍ଠ ସ୍ଥାନ, ଇଂଲଣ୍ଡର କ୍ରିସ୍‌ ଓ୍ୱକ୍ସ ୬୭୩ ପଏଣ୍ଟ ରଖି ୭ମ ସ୍ଥାନ, ନ୍ୟୁଜିଲାଣ୍ଡର ମ୍ୟାଟ୍‌ ହେନେରୀ ୬୭୨ ପଏଣ୍ଟ ରଖି ୮ମ ସ୍ଥାନ, ଆଫଗାନିସ୍ତାନର ମହମ୍ମଦ ନାବି ୬୫୭ ପଏଣ୍ଟ ରଖି ୯ମ ସ୍ଥାନ, ଆଫଗାନିସ୍ତାନ ରାସିଦ ଖାନ୍‌ ୬୫୧ ପଏଣ୍ଟ ରଖି ୧୦ ସ୍ଥାନରେ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଓଭାଲରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆରେ ବୁମ୍‌ରାହ ଦମ୍‌ଦାର ପ୍ରଦର୍ଶନ କରିଥିଲେ । ଭାରତର ଏହି ଷ୍ଟାର ବୋଲର ୭.୨ ଓଭର ବୋଲିଂ କରି ୩୧ ରନ୍‌ଦେଇ ୬ଟି ଓ୍ୱିକେଟ୍‌ ନେଇଥିଲେ । ଯାହାକି ଇଂଲଣ୍ଡର ବ୍ୟାଟିଂ ଲାଇନ୍‌ଅଫ୍‌କୁ ପୁରା ଭାଙ୍ଗି ଦେଇଥିଲା । ଆଉ ଏବେ ଆଇସିସି ଟପ୍‌-୧୦ ବୋଲିଂ ତାଲିକାରେ ଟପ୍‌ରେ ବୁମ୍‌ରାହ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.