ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଏହି ଅଭିନେତ୍ରୀଙ୍କୁ ଦୁଷ୍କର୍ମ ସହ ମୃତ୍ୟୁର ଧମକ ବି ଦିଆଯାଉଥିଲା, ହେଲେ ହେଟର୍ସଙ୍କୁ ଏମିତି ଦେଇଥିଲେ ଜବାବ

30/08/2022 at 9:00 AM

ମୁମ୍ୱାଇ ୩୦/୦୮: ଟିଭି ଦୁନିଆରେ ଜସ୍ମିନ୍ ଭାସିନ୍ ଏକ ଗୋଟିଏ ବଡ ନାମ । ବିଗ୍ ବସ୍ ୧୪ରେ ଯୋଗଦେବା ପରେ ଜସ୍ମିନ୍ ଭାସିନ୍‌ଙ୍କ ଲୋକପ୍ରିୟତା ବହୁତ ବଢିଯାଇଛି । ଅଭିନେତା ଅଲ୍ଲି ଗୋନୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ବି ବହୁତ ଚର୍ଚ୍ଚାରେ ରହିଥାନ୍ତି । ଜସ୍ମିନଙ୍କର ଫ୍ୟାନ୍ସ ଫଲୋଅର୍ସ ବି ଢେର ଅଛନ୍ତି । କିନ୍ତୁ ବିଗ୍ ବସ୍ ଛାଡିବା ପରେ ଜସ୍ମିନ୍‌ଙ୍କୁ ପ୍ରେମ ସହିତ ଅନେକ ଘୃଣାର ସମ୍ମୁଖୀନ ହେବାକୁ ପଡିଥିଲା ।

ଅଭିନେତ୍ରୀ ତାଙ୍କ ନୂତନ ସାକ୍ଷାତକାରରେ ଏ ବିଷୟରେ ସ୍ପଷ୍ଟ କରିଥିଲେ । ଜସ୍ମିନ୍ ଭାସିନ୍ ସାକ୍ଷାତକାରରେ କହିଛନ୍ତି ଯେ ବିଗ୍ ବସ୍ ଛାଡିବା ପରେ ତାଙ୍କୁ ବଳାତ୍କାର ଓ ମୃତ୍ୟୁ ଧମକ ଦିଆଯାଇଛି । ଅଭିନେତ୍ରୀ କହିଛନ୍ତି – ବିଗ୍ ବସ୍‌ରୁ ବାହାରିବା ପରେ ଲୋକମାନେ ମୋ ବିଷୟରେ ଅନେକ କଟୁ କଥା କହିଛନ୍ତି । ମୁଁ ମୃତ୍ୟୁ ଧମକ ଏବଂ ଦୁଷ୍କର୍ମ ଭଳି ଧମକ ପାଇଛି । ଏହାର କାରଣ ବି ସେମିତି କିଛି ନଥିଲା । ଯେହେତୁ ମୁଁ ଏକ ଶୋରେ ଭାଗ ନେଇଥିଲି ।

ସେଥିପାଇଁ ମୋତେ କୋହି ପସନ୍ଦ କରୁନଥିଲେ । ଜସ୍ମିନ୍ ଆହୁରି କହିଛନ୍ତି ଏହି ଜିନିଷଗୁଡ଼ିକ ମୋତେ ମାନସିକ ସ୍ତରରେ ବହୁତ ପ୍ରଭାବିତ କରିଛି । କେବଳ ଯେହେତୁ ମୁଁ ଏକ ଶୋ କରିଥିଲି ଏବଂ ସେମାନେ ମୋତେ ପସନ୍ଦ କରୁନଥିଲେ । କିନ୍ତୁ ଡାକ୍ତରୀ ଚିକିତ୍ସା ଏବଂ ମୋ ପରିବାର, ଘନିଷ୍ଠ ଲୋକଙ୍କ ପ୍ରେମ ହେତୁ ମୁଁ ଏହି ସବୁ ଜିନିଷରୁ ବାହାରକୁ ଆସିପାରିଛି ।

   Related Posts