ପୋଲିସର ଥାର୍ଡ ଡିଗ୍ରୀ : ନିର୍ଦ୍ଦୋଷ ଆଦିବାସୀ ଯୁବକଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ, ବାହାରେ କାହାକୁ କିଛି ନକହିବାକୁ ଧମକ

Published By : Prameya-News7 Bureau | October 12, 2020 IST

ବାରିପଦା,୧୨/୧୦: ଓଡିଶା ସରକାର ୫ ଟି ଓ ମୋ ସରକାର ସରକାର ଲାଗୁ କରିଥିଲେ ମଧ୍ୟ ବହୁ ସରକାରୀ କର୍ମଚାରୀ ଏହାକୁ  ନ ମାନି ଏହାର ଅପପ୍ରୟୋଗ କରୁଛନ୍ତି । ନିରୀହ ଲୋକଙ୍କ ଉପରେ ଦାଉ ସାଜିଛନ୍ତି। ଆଇନ ସୁରକ୍ଷା ଦେବା ବଦଳରେ ମିଳୁଛି ନିର୍ମମ ଲାଠି ପ୍ରହାର। ଏପରି ଏକ ସମ୍ବେଦନଶୀଳ ଘଟଣା ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନାରେ ଘଟି ଯାଇଛି। ଯଶିପୁର ଥାନା ଅଧିନସ୍ଥ ରୁଗୁଡି ପଞ୍ଚାୟତର ଜାଉଁରୀପୋଷୀ ଗ୍ରାମର ନିରୀହ ଓ ନିର୍ଦୋଷ  ଆଦିବାସୀ ବ୍ୟକ୍ତି ଜଗଦୀଶ ହେମ୍ବ୍ରମଙ୍କୁ  ଥାନାରେ ଦିଆଯାଇଛି ଅକଥନୀୟ ନିର୍ଯାତନା।

ପ୍ରକାଶ ଥାଉକି, ଗତ ୨  ରିଖରେ ଜାଉଁରୀପୋଷୀ ଠାରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ୨ତାରିଖରେ ଥିଲା। ଖେଳରେ ପାଖାପାଖି ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜନସମାଗମ ହୋଇଥିଲା। ଅନ୍ୟ ପଟରେ ଜୁଆ ଖେଳ ଓ କୁକୁଡ଼ା ଲଢେ଼ଇ ଚାଲିଥିଲା। ଖେଳର ଆସର ଜମି ଆସିଥିଲା ବେଳେ ଯଶିପୁର ଥାନାଧିକାରୀ ରଞ୍ଜନ କୁମାର ସେଠୀଙ୍କ ସହିତ କିଛି ସାଦା ପୋଷାକଧାରୀ ପୋଲିସ କର୍ମଚାରୀ ମାନେ ଜୁଆ ଖେଳ ଉପରେ ଚଢ଼ାଉ କରି ଟଙ୍କା ବ୍ୟାଗକୁ ଛଡାଇବା ସହିତ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଘଟଣା ସେତିକିରେ ନ ଅଟକି ପୋଲିସକୁ ଚିହ୍ନି ନପାରି ପ୍ରବଳ ପଥର ମାଡ଼ ପୋଲିସ କରିଥିଲେ ଜୁଆ ଖେଳୁଥିବା କିଛି ବ୍ୟକ୍ତି। ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ତେବେ ଗତ ତାରିଖ ଦିନ ଏହି ଗ୍ରାମର ବ୍ୟକ୍ତି ଜଗଦୀଶ ତାଳଚେରରୁ ଛୁଟିରେ ଘରକୁ ଆସିଥିଲେ। ରାତି ୧୦.୩୦ ପାଖାପାଖି ଘରେ ଶୋଇଥିବା ବେଳେ ଗଣ୍ଡଗୋଳକାରୀ ଭାବି ଆକ୍ରୋଶମୂଳକ ଭାବେ ଥାନାକୁ ଆଣି ଥାନାଧିକାରୀଙ୍କ ସହ କିଛି ପୋଲିସ କର୍ମଚାରୀ ଜଗଦୀଶଙ୍କୁ ଆଖିବୁଜା ଠେଙ୍ଗାରେ ମାଡ଼ ମାରିଥିଲେ। ମାଡ଼ ଯୋଗୁଁ ହାତ,ପିଠା ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ପରଦିନ ପୋଲିସ ତାଙ୍କୁ ନିର୍ଦୋଷ ଜାଣିପାରି ଅତି ଚତୁରତାର ସହ ଘଟଣାଟିକୁ ବାହାରେ ପ୍ରଘଟ ନ କରିବାକୁ ତାକୁ ଧମକ ଦେଇଥିଲେ।

ଏହା ପରେ ସେ ସ୍ଥାନୀୟ ଔଷଧ ଦୋକାନରୁ ଔଷଧ ଓ ଇଂଜେକସନ ଖାଇଥିଲେ। ଦାର୍ଘ ୩ ଦିନ ଔଷଧ ଖାଇବା ପରେ କରଞ୍ଜିଆ ଡାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଇଥିଲେ। ଅବସ୍ଥାକୁ ଦେଖି ଡାକ୍ତର ତାଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ତାଙ୍କର ବାମ ହାତଟି ଆଦୌ କାମ କରୁନାହିଁ ଓ ହାତ ଆଙ୍ଗୁଠି ଗୁଡିକ ଫୁଲି ଯାଇଛି । ଆଜି ଜଗଦୀଶ ଉପଖଣ୍ଡ ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.