oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ପଦ ଛାଡିଲେ ଜର୍ମାନୀ ନୌସେନା ମୁଖ୍ୟ : ଋଷ ଓ ୟୁକ୍ରେନକୁ ନେଇ ଦେଇଥିଲେ ବିବାଦୀୟ ବୟାନ

23/01/2022 at 8:55 AM

ନୂଆଦିଲ୍ଲୀ ୨୩/୦୧:  ପଦ ଛାଡିଲେ ଜର୍ମାନ ନୌସେନା ମୁଖ୍ୟ । ୟୁକ୍ରେନ ଓ ଋଷକୁ ନେଇ ବିବାଦୀୟ ବୟାନ ଦେଇଥିବା ମାମଲାରେ ଜର୍ମାନୀ ନୌସେନା ମୁଖ୍ୟ କେ ଅଚିମ୍ ସୋଏନଓ୍ୱାଚ ଇସ୍ତଫା ପ୍ରଦାନ କରିଛନ୍ତି ।

ଶୁକ୍ରବାର ଅଚିମ୍ ଭାରତରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ୟୁକ୍ରେନ କ୍ରିମିୟା ପ୍ରାୟଦ୍ୱୀପକୁ ପୁଣି ଥରେ ଦଖଲ କରିପାରିବ ନାହିଁ । ଏହାକୁ ୨୦୧୪ରେ ଋଷ କବଜା କରିନେଇଥିଲା । ଏହାସହ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ସମ୍ମାନ ଜଣାଇବା ଦରକାର ବୋଲି ସେ କହିଥିଲେ । ୟୁରୋପ ଓ ଆମେରିକା ମଧ୍ୟ କ୍ରିମିୟାକୁ ଋଷ ବେଆଇନ ଭାବେ କବଜା କରିଥିବା କହି ଆସୁଛନ୍ତି ।

ସେ ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ମନୋହର ପାରିକର ଇନଷ୍ଟିଚ୍ୟୁଟ୍ ଅଫ୍ ଡିଫେନ୍ସ ଆଣ୍ଡ ଆନାଲିସସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେ କ୍ରିମିୟାକୁ ନେଇ ଯାହା ବୟାନ ଦେଇଥିଲେ ତାହା ତାଙ୍କ ଦେଶର ସରକାରୀ ବୟାନ ଅନୁସାରେ ପୁରା ଅଲଗା ଥିଲା ।

ଅଚିମ ନିଜ ବୟାନକୁ ନେଇ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଥିଲେ । ଏହାସହ ପ୍ରତିରକ୍ଷା ମନ୍ତ୍ରୀ କ୍ରିଷ୍ଟିନ୍ ଲାବ୍ରେଚଙ୍କୁ ପତ୍ର ଲେଖି ଇସ୍ତଫା ଦେଇଥିଲେ । ତାଙ୍କ ବୟାନ ଜର୍ମାନ ସେନାକୁ କ୍ଷତି ପହଁଚାଉ ବୋଲି ସେ ଚାହୁଁନଥିବା ଚିଠିରେ ଦର୍ଶାଇଥିଲେ ।

ସେହିପରି ଜର୍ମାନ ନୌସେନା ଏକ ବୟାନ ଜାରି କରି କହିଛି ଯେ, ପ୍ରତିରକ୍ଷା ମନ୍ତ୍ରୀ କ୍ରିଷ୍ଟିନ୍ ଲାବ୍ରେଚ୍ ଅଚିମଙ୍କ ଇସ୍ତଫା ମଞ୍ଜୁର କରିଛନ୍ତି । ତାଙ୍କୁ ଡେପୁଟି ନୌସେନା ମୁଖ୍ୟ ଭାବେ ନିଯୁକ୍ତି କରାଯାଇଥିବା ସୂଚନା ମିଳିଛି ।

   Related Posts