scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରୁଷରେ ପୁଟିନଙ୍କ ସହ ଜିନ୍‌ପିଙ୍ଗ, ଭାରତରୁ ୟୁକ୍ରେନ ଅଭିମୁଖେ ବାହାରିଲେ ଜାପାନ ପିଏମ୍

21/03/2023 at 4:23 PM

Xi Putin meeting

ନୂଆଦିଲ୍ଲୀ: ପୁଟିନଙ୍କୁ ଭେଟିବା ପାଇଁ ରୁଷ ଗସ୍ତରେ ଅଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବା ପାଇଁ ୟୁକ୍ରେନ ପହଞ୍ଚିଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ୟୁକ୍ରେନର ରାଜଧାନୀରେ ରାଷ୍ଟ୍ରପତି ଭୋଲୋଡିମର ଜେଲେନସ୍କିଙ୍କୁ ଜାପାନ ପ୍ରଧାନମନ୍ତ୍ରୀଙ୍କ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଜାପାନ ବୈଦେଶିକ ମନ୍ତ୍ରାଳୟ କିଶିଦାଙ୍କ କିଭ୍ ଯାତ୍ରା ଉପରେ ଘୋଷଣା କରି କହିଛି, ‘ରାଷ୍ଟ୍ରପତି ଜେଲେନସ୍କିଙ୍କ ନେତୃତ୍ୱରେ ନିଜ ମାତୃଭୂମିର ରକ୍ଷା ପାଇଁ ଲଢେଇ କରୁଥିବା ୟୁକ୍ରେନବାସୀଙ୍କ ସାହସ ଏବଂ ସେମାନଙ୍କ ଧୈର୍ଯ୍ୟ ପ୍ରତି ସମ୍ମାନ ଜଣାଇବେ । ଏହାସହ ଜାପାନ ଜି ୭ ଅଧ୍ୟକ୍ଷ ରୂପେ ଦେଶର ଲୋକଙ୍କ ପ୍ରତି ସମର୍ଥନ ଜଣାଇବେ ।

ମନ୍ତ୍ରାଳୟ ଏକ ବୟାନରେ କହିଛି, ଜେଲେନସ୍କିଙ୍କ ସହ ଆଲୋଚନା ସମୟରେ କିଶିଦା ୟୁକ୍ରେନ ଉପରେ ଆକ୍ରମଣ ଏବଂ ସୁରକ୍ଷା ବଳ ଜରିଆରେ ପୂର୍ବସ୍ଥିତିରେ ପରିବର୍ତ୍ତନରେ ରୁଷର ଏକତରଫା ଉଦ୍ୟମକୁ ଖଣ୍ଡନ କରିବେ । ଏହାସହ ନିୟମ ଆଧାରିକ ଅନ୍ତରାଷ୍ଟ୍ରୀୟ ବ୍ୟବସ୍ଥାର ସୁରକ୍ଷା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇବେ ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ରେମଲିନ ଗସ୍ତରେ ଥିବା ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋରଦାର ସ୍ୱାଗତ କରିଥିଲେ । ଉଭୟ ଦେଶ ଏହାକୁ ନିଜ ଅସୀମିତ ବନ୍ଧୁତାକୁ ମଜଭୁତ କରିବାର ଏକ ଅବସର ବୋଲି କହିଥିଲେ ।

   Related Posts