ପ୍ରେମ ପାଇଁ ତୁଚ୍ଛ ହେଲା ରାଜଉଆସ, ବିବାହ ଲାଗି କୋଟି କୋଟିର ସମ୍ପତ୍ତିରୁ ତୁଟାଇଦେଲେ ମୋହ

Published By : Prameya-News7 Bureau | September 29, 2021 IST

ଜାପାନ ୨୯/୦୯:  ଜାପାନର ପୂର୍ବତନ ସମ୍ରାଟ ଅକିହିଟୋଙ୍କ ନାତୁଣୀ ମାକୋ । ରାଜବଂଶୀୟ ହୋଇ ବି ସାଧାରଣ ଜଣେ ଯୁବକଙ୍କୁ ସେ ଦେଇଛନ୍ତି ମନ । ପୁରୁଷ ବନ୍ଧୁ କୋମୁରୋଙ୍କ ସହ ୨୦୧୭ ରେ ମାକୋଙ୍କ ନିର୍ବନ୍ଧ ବି ସରିଛି । କିନ୍ତୁ ଏହି ବିବାହ ପାଇଁ ରାଜ ପରିବାରର ସ୍ୱୀକୃତି ମିଳୁନଥିଲା  । କାରଣ କୋମୁରୋ ରାଜବଂଶୀୟ ନୁହଁନ୍ତି, ଏକ ସାଧାରଣ ପରିବାରର ।

wp:gallery {"ids":[519447],"linkTo":"none"} /wp:gallery

ଜାପାନ ରାଜବଂଶର ପରମ୍ପରା ବାହାରେ ଏହି ବିବାହ । ତେବେ ୪ ବର୍ଷ ଧରି ଚାଲିଥିବା କନ୍ଦଳରେ ଏବେ  ଜବନିକା ପଡିବ । ମାକୋଙ୍କ ପ୍ରେମକୁ ପ୍ରଥମେ ମିଳିଥିଲା ଜାପାନ ସରକାରଙ୍କ ସ୍ୱୀକୃତି । ରାଜବଂଶୀୟ ବାହାରେ ରାଜକୁମାରୀଙ୍କ ବିବାହରେ ଥିବା ଜରିମାନା ନିୟମକୁ ଭାଙ୍ଗିଦେଇଥିଲେ ସରକାର । ଏହାପରେ ଫିଟିଯାଇଥିଲା ବିବାହର ବାଟ । ଏବେ ବିବାହ ପରେ ଆମେରିକାରେ ରହିବେ ଦମ୍ପତି । ଏଥିପାଇଁ ବି ଜାପାନର ଅନୁମତି ।

କଲେଜରେ ଆରମ୍ଭ ହୋଇଥିଲା ରାଜଜେମା ମାକୋଙ୍କ ପ୍ରେମ । ୨୦୧୩ ରେ ମାକୋଙ୍କୁ ପ୍ରପୋଜ କରିଥିଲେ କୋମୁରୋ । ତେବେ ପ୍ରଥମେ ପ୍ରଥମେ ଉଭୟେ ପ୍ରେମ ସମ୍ପର୍କକୁ ଲୁଚାଇ ରଖିଥିଲେ । ପରେ ୨୦୧୭ରେ ବ୍ରିଟେନରେ ପାଠ ପଢା ପରେ ଘୋଷଣା କରିଥିଲେ ଏନଗେଜମେଣ୍ଟ । ପ୍ରେମ ପାଇଁ ରାଜକୀୟ ସୁବିଧା ତ୍ୟାଗ କରିବାର ଘୋଷଣା ବି କରିଦେଇଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.