ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ, ଏହି ପ୍ରସଙ୍ଗରେ ପିଏମ୍ ମୋଦୀଙ୍କ ସହ କରିବେ ଆଲେଚନା
10/03/2023 at 10:10 PM

ନୂଆଦିଲ୍ଲୀ, ୧୦/୦୩: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଆନ୍ଥୋନୀ ଅଲବାନିଜ୍ଙ୍କ ଗସ୍ତ ପରେ ଏବେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଭାରତ ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ଫୁମିଓ ମାର୍ଚ୍ଚ ୨୦ ରେ ଭାରତ ଆସୁଛନ୍ତି ଏବଂ ସେ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ରହିବେ। ଏନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗସ୍ତ ସମୟରେ ଭାରତ ଏବଂ ଜାପାନ ମଧ୍ୟରେ ଅନେକ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା କରାଯିବ। ରିପୋର୍ଟ ଅନୁଯାୟୀ, ଜାପାନ ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ଉଭୟ ପରସ୍ପର ହିତରେ ଦ୍ବିପାକ୍ଷିକ ଏବଂ କ୍ଷେତ୍ରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ।
ଜି-୨୦ ରେ ଭାରତର ଅଧ୍ୟକ୍ଷତା ଉପରେ ମଧ୍ୟ ଚର୍ଚ୍ଚା ହେବ:
ଫୁମିଓ କିଶିଦା ବାଣିଜ୍ୟ ଏବଂ ନିବେଶ ସହ ଅନେକ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗର ବଢ଼ାଇବା ସହ ଜି-୨୦ରେ ଭାରତର ଅଧ୍ୟକ୍ଷତା ଉପରେ ମଧ୍ୟ ଚର୍ଚ୍ଚା କରିବେ। ଉଭୟ ଦେଶ ଜି-୭ ଏବଂ ଜି-୨୦ ରେ ସେମାନଙ୍କର ପ୍ରାଥମିକତା ଉପରେ ମଧ୍ୟ ଚର୍ଚ୍ଚା କରିବେ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସୂଚନାଥାଉ, ଟୋକିଓ ଚଳିତ ବର୍ଷ ଜି-୭ ଦେଶ ସମୂହର ଅଧ୍ୟକ୍ଷତା କରିବା କୁହାଯାଉଛି ଯେ କିଶିଦା ଜାପାନର ପଶ୍ଚିମ ସହର ହିରୋସୀମାରେ ମେ ମାସରେ ହେବାକୁ ଥିବା ଜି-୭ ଇନ୍ ପର୍ସନ ସମିଟ୍ର ସଫଳତାର ମାର୍ଗ ପ୍ରଶସ୍ତ କରିବା ପାଇଁ ଭାରତ ଭଳି ଦେଶଙ୍କ ସହ ସମ୍ପର୍କ ମଜବୁତ କରିବାରେ ଇଚ୍ଛୁକ।