ଚନ୍ଦ୍ର ଭ୍ରମଣରେ ଯିବେ ଜାପାନୀ ଧନକୁବେର ୟୁସାକୁ ମେଜୱା, ସାଙ୍ଗରେ ୮ ଜଣଙ୍କୁ ବୁଲେଇ ନେବେ ମାଗଣା

Published By : Prameya-News7 Bureau | March 03, 2021 IST

ଟୋକିଓ : ଯୁଗ ଯୁଗରୁ ଚନ୍ଦ୍ର ପୃଥିବୀବାସୀଙ୍କ ଲାଗି ଆକର୍ଷଣର କେନ୍ଦ୍ର ହୋଇ ରହିଛନ୍ତି। ଏଥିରେ ଚନ୍ଦ୍ରକୁ ଯଦି ବୁଲି ଯିବାର ସୁଯୋଗ ମିଳେ ଏହାକୁ ହାତଛଡା କରିବ କିଏ? ଜାପାନୀ ଧନକୁବେର ୟୁସାକୁ ମେଜୱା ଖୁବ ଶୀଘ୍ର ଚନ୍ଦ୍ର ଭ୍ରମଣରେ ଯାଉଛନ୍ତି। ତାଙ୍କର ଏହି ଭ୍ରମଣ ଲାଗି ଆଉ କିଛି ଲୋକଙ୍କ ଚନ୍ଦ୍ର ଯାତ୍ରା ମଧ୍ୟ ସଫଳ ହେବାକୁ ଯାଉଥିବା ଜଣାପଡିଛି।

{"id":417419,"sizeSlug":"large","linkDestination":"none"}

ୟୁସାକୁ ମେଜୱା ତାଙ୍କ ସହ ଚନ୍ଦ୍ର ବୁଲିଯିବା ଲାଗି ୮ ଜଣଙ୍କୁ ଆମନ୍ତ୍ରଣ କରିଛନ୍ତି। ସ୍ପେସ୍‌-ଏକ୍ସ ସଂସ୍ଥାପକ ଏଲନ ମସ୍କଙ୍କ ବିମାନରେ ସେମାନେ ଚନ୍ଦ୍ର ନିକଟକୁ ବୁଲିଯିବେ ବୋଲି ଜଣାପଡିଛି। ସେମାନେ ଚନ୍ଦ୍ର ନିକଟକୁ ବୁଲିବାକୁ ଯାଉଥିବା ନେଇ ନିଜେ ୟୁସାକୁ ଏକ ଭିଡିଓ ବାର୍ତ୍ତାରେ ସୂଚିତ କରିଛନ୍ତି। ଯେଉଁଥିରେ ସେ ନିଜ ସହ ଆଉ ୮ ଜଣଙ୍କୁ ମଧ୍ୟ ଚନ୍ଦ୍ର ବୁଲେଇବାକୁ ନେଉଥିବା କଥା କହିଛନ୍ତି।

{"id":417420,"sizeSlug":"large","linkDestination":"none"}

ଯଦି କିଏ ଚନ୍ଦ୍ର ବୁଲିବାକୁ ଆଗ୍ରହୀ ତେବେ ଏଥିପାଇଁ ସେ ୟୁସାକୁଙ୍କ ସହ ଯୋଗାଯୋଗ କରିବାକୁ କହିଛନ୍ତି। ଏଥିଲାଗି ସେ ଏକ ଆବେଦନ ପତ୍ର ମଧ୍ୟ ଜାରି କରିଛନ୍ତି। କଥା କଣ କି ଏହି ଯାତ୍ରାର ସମସ୍ତ ଟିକେଟ୍‌ ୟୁସାକୁ କିଣି ନେଇଛନ୍ତି। କହିବାକୁ ଗଲେ ଏହା ଏକ ପ୍ରାଇଭେଟ ଯାତ୍ରା। ୟୁସାକୁଙ୍କ ଏହି ଯାତ୍ରାରେ ଯଦି କିଏ ତାଙ୍କ ସହ ଯିବାକୁ ଆଗ୍ରହୀ ହେବେ ତାଙ୍କର ସମସ୍ତ ଖର୍ଚ୍ଚ ସେ ବହନ କରିବେ। ୨୦୨୩ ମସିହାରେ ୟୁସାକୁ ଚନ୍ଦ୍ର ଭ୍ରମଣରେ ଯିବେ। ଏହି ମିସନକୁ ‘ଡିୟର ମୁନ୍‌’ ନାମକରଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.