ଚନ୍ଦ୍ରପୃଷ୍ଠରେ ମାଡ଼ ହେଲା ବିଶାଳ ଉଲକାପିଣ୍ଡ, ଦୁର୍ଲଭ ଦୃଶ୍ୟକୁ କ୍ୟାମେରାରେ କଏଦ କଲେ ଜାପାନ ଆଷ୍ଟ୍ରୋନମର
16/03/2023 at 9:24 AM

ନୂଆଜିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ମାଡ଼ ହେଲା ଉଲକାପିଣ୍ଡ । ଚନ୍ଦ୍ରର ଅନ୍ଧର ଭାଗରେ ଏହି ଉଲକାପିଣ୍ଡ ମାଡ଼ ହୋଇଛି । ଏହାଦ୍ବାରା ଚନ୍ଦ୍ରରେ ବିରାଟ ଗର୍ତ୍ତ ସୃଷ୍ଟି ହେବା ଏହି ଅଂଶ କିଛି ସମୟ ପାଇଁ ଚମକ ଦେଖିବାକୁ ମିଳିଥିଲା । ଆଲୋକିତ ହୋଇଥିଲା ଚନ୍ଦ୍ରର ଅନ୍ଧାର ଭାଗ । ଆଉ ଏହି ଦୃଶ୍ୟକୁ ଜାପାନର ଜଣେ ଜ୍ୟୋତିଷବିଜ୍ଞାନୀ କ୍ୟାମେରାରେ କଏଦ କରିଛନ୍ତି ।
ଜାପାନ ଆଷ୍ଟ୍ରୋନମରଙ୍କ ସୂଚନା ଅନୁଯାୟୀ, ଏହି ଘଟଣା ୨୩ ଫେବ୍ରୁଆରୀ ଜାପାନ ସମୟ ରାତି ୮ଟା ୧୪ ମିନିଟରେ ହୋଇଥିଲା । ହିରାସ୍ତୁକା ସିଟି ମ୍ୟୁଜିୟମରେ ଚନ୍ଦ୍ର ଉପରେ ଗବେଷଣା କରିବା ପାଇଁ ଆଷ୍ଟ୍ରୋନମର ଡାଇଚି ଫୁଜି କ୍ୟାମେରା ସେଟ୍ କରିଥିଲେ । ଏହି ସମୟରେ ଏକ ଉଜ୍ଜ୍ବଳ ଉଲକାପିଣ୍ଡ ଚନ୍ଦ୍ରର ଅନ୍ଧାର ଭାଗକୁ ଦ୍ରୁତ ଗତିରେ ଯାଇ ମାଡ଼ ହୋଇଥିଲା । ପରେ ଚନ୍ଦ୍ରର ଏହି ଅଂଶରେ ଉଜ୍ଜ୍ବଳ ଆଲୋକ ରଶ୍ମି ଦେଖିବାକୁ ମିଳିଥିଲା । ଏକ ସେକେଣ୍ଡରୁ ଅଧିକ ସମୟ ଆଲୋକିତ ହୋଇଥିଲା ଏହି ଅଂଶ । ସେହିପରି ମେଟରାଇଟ୍ ମାଡ଼ରେ ଚନ୍ଦ୍ରପୃଷ୍ଠରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଜାପାନ ଆଷ୍ଟ୍ରୋନମର କହିଛନ୍ତି । ଆଉ ଏହି ଦୁର୍ଲଭ ଦୃଶ୍ୟକୁ ଆଷ୍ଟ୍ରୋନମର ଡାଇଚି ଫୁଜି ମ୍ୟୁଜିୟମରେ ଲାଗିଥିବା କ୍ୟାମେରାରେ କଏଦ କରିଛନ୍ତି ।
https://t.co/xgUsqqUZwsに先日の明るい月面衝突閃光について取り上げていただけました!
— 藤井大地 (@dfuji1) March 11, 2023
Boom! Japanese astronomer catches meteorite smashing into the moon (video) https://t.co/caBtle7VML
ଫୁଜିଙ୍କ କହିବା ଅନୁଯାୟୀ, ଏହି ଉଲକାପିଣ୍ଡ ଚନ୍ଦ୍ରର ପିଟିସ୍କସ କ୍ରିଏଟର ଠାରୁ ଉତ୍ତର-ପଶ୍ଚିମରେ ଈଦେଲର ଏଲ୍ କ୍ରିଏଟର ନିକଟରେ ପଡ଼ିଛି । ଚନ୍ଦ୍ରପୃଷ୍ଠରେ ମାଡ଼ ହେବା ବେଳେ ଉଲକାପିଣ୍ଡରେ ଆନୁମାନିକ ବେଗ ଗତି ୪୮, ୨୮୦ ଘଣ୍ଟା ପ୍ରତି କିଲୋମିଟର ରହିଥିଲା । ଦ୍ରୁତ ଗତି ଉଲକାପିଣ୍ଡ ମାଡ଼ ହେବା ଫଳରେ ଉଜ୍ଜ୍ବଳତା ଦେଖିବାକୁ ମିଳିଥିବା ବୋଲି ଫୁଜି କହିଛନ୍ତି ।
ବଡ଼ ବଡ଼ ଉଲକାପିଣ୍ଡ ଚନ୍ଦ୍ରରେ ମାଡ଼ ହେଲେ ଏହା ପୃଥିବୀକୁ ଦେଖାଯାଇଥାଏ । କୃଷ୍ଣପକ୍ଷ ସମୟରେ ଏଭଳି ମେଟରାଇଟ୍ ମାଡ଼ ହେଲେ ଏଥିରୁ ବାହାରୁଥିବା ଉଜ୍ଜ୍ବଳ ରଶ୍ମି ଦେଖିବାକୁ ମିଳିଥାଏ । ଆଷ୍ଟ୍ରୋନମର ଫୁଜି କହିଛନ୍ତି, ଉଲକାପିଣ୍ଡ ମାଡ଼ ଫଳରେ ଚନ୍ଦ୍ରର ଅନ୍ଧାର ଭାଗରେ ୩୯ଫିଟ୍ ବ୍ୟାସ ବିଶିଷ୍ଟ ଏକ ଗାର୍ତ୍ତ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ଏହି ଗାତର ଚିତ୍ର ନାସାର ଲୁନାର ରିକାନ୍ସେସ୍ ଅର୍ବିଟର ଏବଂ ଭାରତ ଚନ୍ଦ୍ରୟାଣ-୨ ଲୁନାର ପ୍ରୋବ୍ ଦ୍ବାରା ଉତ୍ତୋଳନ କରିହେବ ।