Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଜାପାନ ହିଁ ଗାଏବ ହୋଇଯିବ… ହ୍ରାସ ପାଉଥିବା ଜନ୍ମହାରକୁ ନେଇ ଚିନ୍ତାରେ ଦେଶ

6/03/2023 at 8:50 PM

ନୂଆଦିଲ୍ଲୀ: ଏପରି ତ ଜାପାନର ଅସ୍ତିତ୍ୱ ଶେଷ ହୋଇଯିବ…। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ପରାମର୍ଶଦାତା ଏହି ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଦେଶରେ ଯେପରି ଜନ୍ମହାର ହ୍ରାସ ହେଉଛି, ସେଥିରୁ ଏହି ସଂକଟ ସୃଷ୍ଟି ହୋଇପାରେ । ସେ କହିଛନ୍ତି ଯେ ଆଗାମୀ ଦିନରେ ଦେଶ ସାମନାରେ ସାମାଜିକ ସୁରକ୍ଷା ଏବଂ ଅର୍ଥବ୍ୟବସ୍ଥା ଆଗରେ ବଡ଼ ବିପଦ ସୃଷ୍ଟି ହୋଇପାରେ । କିଶିଦାଙ୍କ ପରାମର୍ଶଦାତା ମୋସାକା ମୋରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି ଏପରି ଜାରି ରୁହେ ତେବେ ଦିନେ ଦେଶ ହିଁ ଗାଏବ ହୋଇଯିବ । ଉଲ୍ଲେଖଯୋଗ୍ୟ ଯେ ଜାପାନରେ ଜନ୍ମହାର ଲଗାତାର ହ୍ରାସ ପାଇବାରେ ଲାଗିଛି ।

ମାସାକା ମୋରୀ କହିଛନ୍ତି ଯେ ଯେପରି ଭାବେ ଜନସଂଖ୍ୟା ହ୍ରାସ ହେଉଛି, ତାହା ଚିନ୍ତାର ବିଷୟ । ଏଥିପାଇଁ ଲୋକେ ନିଜ ସଚେତନ ହେବା ଦରକାର । ସେ କହିଛନ୍ତି ଯେ ଗତ ବର୍ଷ ଯେତେ ସଂଖ୍ୟାରେ ଜନ୍ମ ହୋଇଛି, ତାର ଦ୍ୱିଗୁଣ ସଂଖ୍ୟାରେ ମୃତ୍ୟୁ ହୋଇଛି । ଗତ ବର୍ଷ ଜାପାନରେ ୮ ଲକ୍ଷ ପିଲା ଜନ୍ମ ଗ୍ରହଣ କରିଥିଲେ, ଅନ୍ୟପଟେ ୧୫ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ସେ କହିଛନ୍ତି ଯେ ଆମକୁ ସନ୍ତାନ ଏବଂ ପରିବାର ସହ ଜଡ଼ିତ ଖର୍ଚ୍ଚକୁ ଦ୍ୱିଗୁଣ କରିବାକୁ ହେବ । ସେ କହିଛନ୍ତି ଯେ ଏହି ହ୍ରାସ ଆମ ଅନୁମାନଠାରୁ ମଧ୍ୟ ବହୁ କମ ଅଟେ ।

ବର୍ତ୍ତମାନ ସମୟରେ ଜାପାନର ଜନସଂଖ୍ୟା ୧୨.୪୬ କୋଟି ରହିଛି । ୨୦୦୮ରେ ଜାପାନର ମୋଟ ଜନସଂଖ୍ୟା ୧୨ କୋଟି ୪୦ ଲକ୍ଷ ଥିଲା । ଏପରି ଲଗାତାର ହ୍ରାସ ଜାରି ରହିଛି । କେବଳ ଏତିକି ନୁହେଁ ଏହି ଜନସଂଖ୍ୟାରେ ବୟସ୍କଙ୍କ ସଂଖ୍ୟା ମଧ୍ୟ ବହୁ ଅଧିକ ରହିଛି । ଏହି କାରଣରୁ ଶ୍ରମଶକ୍ତି ଉପରେ ମଧ୍ୟ ଚାପ ବଢି ଚାଲିଛି ଯାହା ଅର୍ଥବ୍ୟବସ୍ଥା ପାଇଁ ଏକ ବଡ଼ ଆହ୍ୱାନ ଅଟେ । ବର୍ତ୍ତମାନ ଜାପାନ ଜନସଂଖ୍ୟାର ୨୯ ପ୍ରିତଶତ ଲୋକଙ୍କ ବୟସ ୬୫ ବର୍ଷରୁ ଅଧିକ ରହିଛି । ଦକ୍ଷିଣ କୋରିଆରେ ଜନ୍ମହାର ସବୁଠୁ କମ, କିନ୍ତୁ ଜାପାନରେ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି ।

ମାସାକା ମୋରୀ କହିଛନ୍ତି ଯେ ଜନ୍ମହାରରେ ଏହି ହ୍ରାସ ଧୀରେ ଧୀରେ ନୁହେଁ ବରଂ ନାଟକୀୟ ଢଙ୍ଗରେ ଦ୍ରୁତ ଗତିରେ ହ୍ରାସ ହେଉଛି । ମୋସାକା ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ଏଲଜିବିଟି ଏବଂ ଜନ୍ମହାର ସହ ଜଡିତ ସମସ୍ୟାକୁ ନେଇ ପରାମର୍ଶ ଦିଅନ୍ତି । ସେ କହିଛନ୍ତି ଯେ ଯଦି ଆଜି ଆମେ ପ୍ରୟାସ ନ କରୁ ତେବେ ସାମାଜିକ ସୁରକ୍ଷା ବିପଦରେ ପଡ଼ିବ ଏବଂ ପୂରା ସିଷ୍ଟମ ଧ୍ୱଂସ ହୋଇଯିବ ।

   Related Posts