ଜାପାନ ଉପର ଦେଇ ମିଶାଇଲ ପରୀକ୍ଷଣ କଲା ଉତ୍ତର କୋରିଆ, ଭୟରେ ଲୋକେ, J-ଆଲର୍ଟ ଜାରି

Published By : Prameya-News7 Bureau | October 04, 2022 IST

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ର ଶାସକ କିମ ଜଙ୍ଗ ଉନ ପୁଣି ଥରେ ନିଜ ପଡୋଶୀଙ୍କ ଚିନ୍ତା ବଢାଇଛନ୍ତି । ରିପୋର୍ଟ ଅନୁସାରେ, ଉତ୍ତର କୋରିଆ ଏକ ଅଜ୍ଞାତ ବାଲିଷ୍ଟିକ୍ ମିଶାଇଲର ପରୀକ୍ଷଣ କରିଛି । କିନ୍ତୁ ଚଳିତଥର ଏହି ମିସାଇଲ ଜାପାନ ଉପର ଦେଇ ଯାଇଛି, ଯାହା ସେଠାକାର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ବାହାରେ ବୁଲୁଥିବା ଲୋକେ ନିଜ ନିଜ ଘରେ ରହିଛନ୍ତି, ଏବଂ ବାହାରକୁ ବାହାରୁ ନାହାନ୍ତି । କେବଳ ଏତିକି ନୁହେଁ, ଜାପାନ ସରକାର ଆଲର୍ଟ ଜାରି କରି ଆଶ୍ରୟ ସ୍ଥଳ ଗୁଡିକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଶାଇଲା ଯିବା ପରେ ଜାପାନର ଅଧିକାରୀ ବଡ଼ ବଡ଼ ବିଲ୍ଡିଂକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ପୂର୍ବତ୍ତୋର ଅଞ୍ଚଳର ଲୋକଙ୍କ ପାଇଁ ଜେ-ଆଲର୍ଟ ଜାରି କରିଛନ୍ତି । ୨୦୧୭ ପରେ ପ୍ରଥମ ଥର ଏପରି ଆଲର୍ଟ ଜାରି କରାଯାଇଛି । ଜାପାନର ହୋକ୍କାଇଦୋ ଏବଂ ଆମୋମୋରୀ ଅଞ୍ଚଳରେ ଟ୍ରେନ ସେବା କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ତେବେ ବର୍ତ୍ତମାନ ଏହାକୁ ସ୍ୱଭାବିକ କରାଯାଇଛି ।

ଅନ୍ୟପଟେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଉତ୍ତର କୋରିଆର ମିଶାଇଲ ପରୀକ୍ଷଣକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ସ୍ଥିତିକୁ ନେଇ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସହ ଜରୁରୀ ବୈଠକ କରିବେ । ଅନ୍ୟପଟେ ଜାପାନ କ୍ୟାବିନେଟର ମୁଖ୍ୟ ସଚିବ ହିରୋକାବୁ କହିଛନ୍ତି, ଉତ୍ତର କୋରିଆର ମିଶାଇଲ ପରୀକ୍ଷଣ ପରେ କୌଣସି ପ୍ରକାର କ୍ଷତିର ତତ୍କାଳ ଖବର ନାହିଁ । ସେ କହିଛନ୍ତି ୨୨ ମିନିଟ ଯାଏଁ ମିଶାଇଲ ଜାପାନ ଆକାଶ ମାର୍ଗରେ ଉଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.