Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାପାନରେ ଭୂମିକମ୍ପ ସହ ପ୍ରଳୟଙ୍କରୀ ଟାଇଫୁନ ତାଣ୍ଡବ : ଭୁସ୍ଖଳନ ଓ ବନ୍ୟାରେ ୧୫ ମୃତ, ଶତାଧିକ ଆହତ

13/10/2019 at 12:36 PM

ଟୋକିଓ ୧୩/୧୦: ଜାପାନରେ ଭୂମିକମ୍ପ ସହ ପ୍ରଳୟଙ୍କରୀ ଟାଇଫୁନ ତାଣ୍ଡବ । ୬୦ବର୍ଷରେ ସବୁଠୁ ଭୟଙ୍କର ଝଡ । ଆସନ୍ନ ବିପଦକୁ ଆଖିରେ ରଖି ୭୩ଲକ୍ଷ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ଶନିବାର ୧୫୦ କିଲୋମିଟର ବେଗରେ ମାଡି ଆସିଥିଲା ଟାଇଫୁନ୍ ହଗିବିସ୍ ।

ଏହାର କିଛି ମିନିଟ ଆଗରୁ ଭୂମିକମ୍ପର ସାମ୍ନା କରିଥିଲା ଜାପାନ । ଜାପାନର ଇଜୁ ଉପଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି । ସ୍ଥଳଭାଗ ଛୁଇଁବା ପରେ ସମୁଦ୍ରରେ ଉଚ୍ଚ ଜୁଆର ଆସିଛି ଓ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ଟପିଯାଇଥିଲା । ଏଥିରେ ୫ଜଣଙ୍କ ମୃତ୍ୟୁ ହେବା ସହ ୯୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହୁରି ଅନେକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ବାତ୍ୟା ପ୍ରଭାବରେ କେତେକ ଉପକୂଳବର୍ତ୍ତୀ ସହରରେ ବନ୍ୟା ଓ ଭୂସ୍ଖଳନ ଦେଖାଦେଇଛି ।

ଫଳରେ ପୂର୍ବ ଉପକୂଳର ଅନେକ ସହର ଜଳବନ୍ଦୀ ହୋଇ ଯାଇଛି । ଜାପାନର ଟୋକିଓ, କାନାଗାଓ୍ଵା, ସାଇଟାମା ଓ ସିବା ଅଂଚଳରେ ଥିବା ନଦୀଗୁଡ଼ିକରେ ବନ୍ୟା ଆସିଛି । ଜାପାନ ଭାଷାରେ ହଗିବିସ୍ ର ଅର୍ଥ ହେଉଛି ଗତି । ଏଥିପାଇଁ ଏହି ଝଡ ତାଣ୍ଡବ ରଚିଛି । ଝଡ ତୋଫାନ ପରେ ଉଦ୍ଧାର ଏବଂ ରିଲିଫ ପାଇଁ ୧୭ହଜାର ସେନା ମୁତୟନ ହୋଇଛନ୍ତି । ପ୍ରଭାବିତ ଇଲାକାରେ ଟ୍ରେନ ଚଳାଚଳ ବାତିଲ କରିଦିଆଯାଇଛି । ୧୯୫୮ମସିହାରେ ଏପରି ଭୟଙ୍କର ବାତ୍ୟା ଯୋଗୁ ୧୨ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏଥର ବାତ୍ୟା ମୁକାବିଲା ଲାଗି ଜାପାନ ସରକାର ପ୍ରସ୍ତୁତି କରିଛନ୍ତି ।

   Related Posts