ନୂଆଦିଲ୍ଲୀ: ଜନ୍ମ ହାର ହ୍ରାସ ହେବାକୁ ନେଇ ଜାପାନ ସରକାର ଏବେ ଚିନ୍ତାରେ ଅଛନ୍ତି । ସନ୍ତାନ ଜନ୍ମ କରିବାକୁ ନେଇ ସେଠାକର ଲୋକେ କମ ପସନ୍ଦ କରୁଛନ୍ତି । ଏବେ ସନ୍ତାନ ଜନ୍ମ କରିବା ପାଇଁ ସେଠାକାର ସରକାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି । ଜାପାନର ସ୍ୱାସ୍ଥ୍ୟ, ଶ୍ରମ ଏବଂ କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ଏହି ସହାୟତା ପରେ ସନ୍ତାନ ଜନ୍ମ କରିବାକୁ ଲୋକେ ଇଚ୍ଛା ପ୍ରକାଶ କରିବେ । ଜାପାନ ନିଜର ଜନ୍ମ ହାରକୁ ବଢାଇବା ପାଇଁ ଲଗାତାର ପ୍ରୟାସ କରୁଛି।
ନବଜାତ ସନ୍ତାନର ବାପା-ମାଆଙ୍କୁ ବର୍ତ୍ତମାନ ସମୟରେ ୪,୨୦,୦୦୦ ୟେନ ଆର୍ଥିକ ପ୍ରୋତ୍ସାହନ ଜାପାନ ସରକାରଙ୍କ ପକ୍ଷରୁ ଦିଆଯାଉଛି । ଏବେ ରାଶିକୁ ୫୦୦,୦୦୦ ୟେନକୁ ବଢାଇବା ପାଇଁ ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଆସନ୍ତା ବର୍ଷରୁ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ କାଟୁ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କାଶିଦାଙ୍କୁ ନିବେଦନ କହିଛନ୍ତି । ତେବେ ଜାପାନର ହାରାହାରି ଡେଲିଭରୀ ଖର୍ଚ୍ଚ ପାଖପାଖି ୪,୭୩,୦୦୦ ୟେନ । ସରକାର ଆର୍ଥିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା ପରେ ବି ହସ୍ପିଟାଲକୁ ଘରକୁ ପେରିବା ସମୟରେ ବାପା-ମାଆଙ୍କ ପାଖରେ ମାତ୍ର ହାରାହାରି ୩୦,୦୦୦ ୟେନ ବଳକା ରହିବ । ଯାହା ଲୋକଙ୍କୁ ଏଥିପାଇଁ ଆକର୍ଷିତ କରି ନପାରେ ।