ଚୀନ ପରେ ଜାପାନରେ ହାହାକାର, ୨୪ ଘଣ୍ଟାରେ କରୋନାର ୨ ଲକ୍ଷ ନୂଆ ମାମଲା, ୩୧୫ ମୃତ

Published By : Prameya-News7 Bureau | December 24, 2022 IST

ନୂଆଦିଲ୍ଲୀ: ଚୀନ ପରେ ଏବେ କରୋନାର ପ୍ରକୋପ ଅନ୍ୟ ଦେଶରେ ମଧ୍ୟ ଦେଖିବାକୁ ମିଳୁଛି । ଚୀନ ସହ ଦକ୍ଷିଣ କୋରିଆ, ଜାପାନ, ଆମେରିକା ଏବଂ ବ୍ରାଜିଲରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ନିଜ ଉପସ୍ଥିତିକୁ ବଢାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭିଡ ୧୯ ରେସପନ୍ସ ଟିମର ମହାମାରୀ ବିଶେଷଜ୍ଞ ଦାବି କରିଛନ୍ତି ଯେ ଦୁନିଆରେ ପ୍ରତି ସପ୍ତାହରରେ ଆଠରୁ ୧୦ ହଜାର ଲୋକଙ୍କ କରୋନାରେ ଜୀବନ ଯିବ ।

ମିଡିଆ ରିପୋର୍ଟ ଅନୁସାରେ ଚୀନ ପରେ କରୋନାର ସବୁଠୁ ଅଧିକ ପ୍ରବାହ ଜାପାନରେ ଦେଖିବାକୁ ମିଳୁଛି । କରୋନା ୱାର୍ଲଡମିଟର ଡାଟା ଅନୁସାରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୩ ହଜାର ନୂଆ କେସ ମିଳିଛି । ଅନ୍ୟପଟେ ୩୧୫ ଜଣଙ୍କ ଜୀବନ ଯାଇଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ ଅଗଷ୍ଟ ୨୫ ପରେ ଏହା ଗୋଟିଏ ଦିନରେ ରେକର୍ଡ ହୋଇଥିବା ସର୍ବାଧିକ ମାମଲା ।

ଜାପାନ ଟାଇମ୍ସର ରିପୋର୍ଟ ଅନୁସାରେ ଜାପାନରେ ଏହା କରୋନାର ଅଷ୍ଟମ ଲହର । ଆସନ୍ତା ଦିନରେ ସ୍ଥିତି ଆହୁରି ଅଧିକ ସଙ୍ଗୀନ ହେବା ସହ ନିୟନ୍ତ୍ରଣ ବାହାରକୁ ଚାଲିଯିବ । ଏହାସହ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଉଛି ଯେ ଓମିକ୍ରନ ଭାରିଆଣ୍ଟ କାରଣରୁ ଅଧିକାଂଶ ଶିଶୁଙ୍କ ମୃତ୍ୟୁ ହେଉଛି ।

ଚୀନରେ ଓମିକ୍ରନର ନୂଆ ଭାରିଆଣ୍ଟ ବିଏଫ.୭ ତାଣ୍ଡବ ରଚୁଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା ଓମିକ୍ରନର ସବୁଠୁ ଘାତକ ଭାରିଆଣ୍ଟ । ବିଏଫ.୭ ଭାରିଆଣ୍ଟ କରୋନା ଭାଇରସର ସ୍ପାଇକ୍ ପ୍ରୋଟିନରେ ଏକ ପରିବର୍ତ୍ତନ ଆଣିଥାଏ, ଏହାର ନାଁ R346T । ବିଶେଷଜ୍ଞଙ୍କ ଅନୁସାରେ ଏହି ମ୍ୟୁଟେସନ କାରଣରୁ ହିଁ ଏହି ଭାରିଆଣ୍ଟ ଉପରେ ଆଣ୍ଟିବଡିର ପ୍ରଭାବ ପଡେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.