ଜାପାନର ଏହି ରାଜକୁମାରୀ ବିବାହ କଲେ ସାଧାରଣ ବ୍ୟକ୍ତିଙ୍କୁ : ଛାଡ଼ିବେ ରାଜକୀୟ ଜୀବନଶୈଳୀ

Published By : Prameya-News7 Bureau | October 30, 2018 IST

ଟୋକିଓ ୩୦|୧୦: ଜାପାନର ଜଣେ ରାଜକୁମାରୀ ରାଜ ପରିବାର ଛାଡ଼ି ଜଣେ ସାଧାରଣ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ୨୮ବର୍ଷ ବୟସ୍କା ରାଜକୁମାରୀ ଅୟାକୋ ଶିପିଙ୍ଗ୍ କମ୍ପାନୀ ନିପନ ୟୁସେନରେ କାମ କରୁଥିବା ୩୨ବର୍ଷ ବୟସ୍କ କେଇ ମୋରିଆଙ୍କୁ ବିବାହ କରିଛନ୍ତି। ଏଥିପାଇଁ ତାଙ୍କୁ ତାଙ୍କ ରାଜକୀୟ ଜୀବନଶୈଳୀ ଛାଡ଼ିବାକୁ ପଡ଼ିଛି। ରାଜକୁମାରୀ ଅୟାକୋ ଟୋକିଓର ମେଇଜି ମନ୍ଦିରରେ ବିବାହ ସମ୍ପନ୍ନ କରିଥିଲେ। ରାଜକୁମାରୀ ଅୟାକୋ ସମ୍ରାଟଙ୍କ ଦାଦା ପୁଅଭାଇଙ୍କ ଝିଅ। ବିବାହ ପରେ ଏହି ସ୍ବାମୀ ସ୍ତ୍ରୀ ଯୋଡ଼ି ଏକ ସାମ୍ବାଦିକ ସମ୍ମିଳନୀରେ ବିବାହ ସମ୍ପର୍କରେ ସୂଚନା ଦେଇଥିଲେ । ରାଜ ପରିବାରରେ ବିବାହ କରିଥିବା ମହିଳା ରାଜପରିବାରର ଅଂଶ ହୋଇଥାନ୍ତି କିନ୍ତୁ ସାଧାରଣ ଲୋକଙ୍କୁ ବିବାହ କରୁଥିବା ପରିବାରର ସଦସ୍ୟମାନେ ରାଜପରିବାରରୁ ବାହାରି ଯାଇଥାନ୍ତି। ରାଜ ପରିବାର ଛାଡ଼ିବା କାରଣରୁ ଜାପାନ ସରକାରଙ୍କ ତରଫରୁ ରାଜକୁମାରୀଙ୍କୁ ନିଜ ଖର୍ଚ୍ଚ ପାଇଁ ପାଖାପାଖି ୭କୋଟି ଟଙ୍କା ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.