ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ସ୍ୱାସ୍ଥ୍ୟଗତ କାରଣରୁ ଛାଡିଲେ ପଦ

Published By : Prameya-News7 Bureau | August 28, 2020 IST

ଟୋକିଓ, ୨୮|୦୮ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆମେ ସ୍ୱାସ୍ଥ୍ୟଗତ କାରଣରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଗତ କିଛିଦିନ ଧରି ପେଟଜନିତ ରୋଗରେ ପୀଡିତ ଥିଲେ । ଏପରିକି ତାଙ୍କୁ ଅନେକଥର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଇସ୍ତଫାକୁ ନେଇ ମଧ୍ୟ ଅନେକ ଦିନ ଧରି ଚର୍ଚ୍ଚା ଜୋର୍ ଧରିଥିଲା । ଏବେ ସେ ବିଧିବଦ୍ଧ ଭାବେ ଇସ୍ତଫା ପ୍ରଦାନ କରିଛନ୍ତି । ଚଳିତ ସପ୍ତାହରେ ହିଁ ତାଙ୍କୁ ଦୁଇଥର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସିଞ୍ଜୋ ଆବେ ଇସ୍ତଫା ଦେବା ପରେ ଜାପାନ ସେୟାର ମାର୍କେଟ ଧରାଶାୟୀ ହୋଇଯାଇଛି । ସେ ଏପରି ଦ୍ୱିତୀୟ ତର ସ୍ୱାସ୍ଥ୍ୟଗତ କାରଣରୁ ପଦ ପଦ ଛାଡିଛନ୍ତି । ଏହାପୂର୍ବରୁ ସେ ୨୦୦୭ରେ ଗୋଟିଏ ବର୍ଷ ଯାଏଁ ଅଫିସରେ ରହିବା ପରେ ପଦ ଛାଡିଥିଲେ । ଏହାପରେ ୨୦୧୨ରେ ବହୁମତ ସହ ସରକାରରୁ ପୁଣି ଫେରିଥିଲେ । ଏବେ ଜାପାନର ଶାସକ ଦଳ ସିଞ୍ଜୋ ଆବେଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଛି ।

ଏବେ ସେ ଔପଚାରିକ ଭାବେ ନିଜ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । କୁହାଯାଉଛି ଯେ, ପୂର୍ବଥର ସେ ଯେବେ ହସ୍ପିଟାଲ ଯାଇଥିଲେ ପ୍ରାୟ ୭ ଘଣ୍ଟା ରହିଥିଲେ । ତାଙ୍କ କାର୍ଯ୍ୟକାଳ ଡିସେମ୍ବର ୨୦୨୧ ଯାଏଁ ଥିଲା । ଗତ ସୋମବାର ସିଞ୍ଜୋ ନିଜ କାର୍ଯ୍ୟାଳୟରେ ୮ ବର୍ଷ ପୂରଣ କରିଥିଲେ । ଏହାସହ ସର୍ବାଧିକ ସମୟ ରହିଥିବା ଜାପାନର ପ୍ରଧାନମନ୍ତ୍ରୀ ହୋଇଥିଲେ ।

ନିକଟରେ କରୋନା ମୁକାବିଲା କ୍ଷେତ୍ରରେ ବିଫଳ ହେବାରୁ ତାଙ୍କ ଲୋକପ୍ରିୟତା ୩୦ ପ୍ରତିଶତ ହ୍ରାସ ପାଇଥିଲା । ଏପରିକି ତାଙ୍କ ଦଳ ଅନେକ ଦୁର୍ନୀତିରେ ଛନ୍ଦି ହୋଇ ପଡିଥିଲା । ତେବେ ୬୫ ବର୍ଷୀୟ ଆବେ ଦେଶର ଅର୍ଥବ୍ୟବସ୍ଥାକୁ ପୁଣି ଟ୍ରାକ୍‌କୁ ଫେରାଇ ଆଣିବେ ବୋଲି ଦାବି କରିଥିଲେ । ଏପରିକି ଚୀନ ଆଡୁ ଦେଖାଦେଇଥିବା ବିପଦ ପାଇଁ ସେ ନିଜ ସେନାକୁ ମଧ୍ୟ ମଜବୁତ କରିବାରେ ଲାଗିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.