ଜାପାନର ଦୁଇ ନୌ-ସେନା ହେଲିକପ୍ଟର ମୁହାଁମୁହିଁ ଧକ୍କା; ଜଣେ କ୍ରୁ ମୃତ, ୭ଜଣ ନିଖୋଜ

Published By : Prameya-News7 Bureau | April 21, 2024 IST

ନୂଆଦିଲ୍ଲୀ: ଟୋକିଓର ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ବଡ଼ ଦୁର୍ଘଟଣା । ଜାପାନ ନୌସେନା କ୍ରୁ ମେମ୍ବରକୁ ନେଇ ଯାଉଥିବା ଦୁଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ରାତି ସମୟରେ ଏଭଳି ଅଘଟଣ ଘଟିଛି । ଏଥିରେ ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ନିଖୋଜ ରହିଛନ୍ତି । ଗୋଟିଏ ପ୍ରଶିକ୍ଷଣ ହେଲିକପ୍ଟର ସମ୍ଭବତଃ ଅନ୍ୟ ଏକ ହେଲିକପ୍ଟର ସହିତ ଧକ୍କା ହେବା ଫଳରେ ଏଭଳି ଦୁର୍ଘଟଣା ହୋଇଛି ।   

ରବିବାର ଜାପାନ ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଦୁର୍ଘଟଣା ପରେ  ପ୍ରଶାସନ ମହାସାଗରରେ ଖସିପଡ଼ିଥିବା ଚାଳକ ଦଳ ସମୂହରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ସହିତ ସେ କହିଛନ୍ତି,  ମେରିଟାଇମ୍ସ ସେଲଫ୍ ଡେଫିନ୍ସ ଫୋର୍ସର ଦୁଇଟି ଏସଏକ-60କେ ହେଲିକ୍ୟାପ୍ଟର ୪ଜଣ ଲେଖାଏଁ ଚାଳକଙ୍କୁ ନେଇ ଯାଇଥିଲା । ରାତି ସମୟରେ ଟୋକିଓ ଠାରୁ ୬୦୦ କିଲୋମିଟର ଯିବା ପରେ ତୋରିଶିମା ଦ୍ବୀପ ନିକଟରେ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା ।   

ତେବେ ଦୁର୍ଘଟଣାର କାରଣ ତୁରନ୍ତ ଜଣାପଡ଼ିନାହିଁ । ମାତ୍ରରେ ପାଣି ଖସିପଡ଼ିବା ପୂର୍ବରୁ ଦୁଇ ହେଲିକପ୍ଟର ନିଜ ଭିତରେ ଧକ୍କା ହୋଇଥିଲେ । ଏହା ସହିତ ଜାପାନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର କିଛି ଅଂଶ ସମୁଦ୍ରରୁ ମିଳିଛି । ଯେଉଁ ଜଣାପଡ଼ିଛି ଦୁଇ ଯୁଦ୍ଧ ହେଲିକପ୍ଟର ପାଖାପାଖି ହୋଇ ଉଡୁଥିଲେ । ଅନ୍ୟପଟେ ନିଖୋଜ ଥିବା ଚାଳକଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଟିମ୍ ଲାଗିପଡ଼ିଛନ୍ତ । ଏହି ରେସକ୍ୟୁ ଅପରେସନରେ ୮ ଯୁଦ୍ଧପୋତ ଏବଂ ୫ଟି ବିମାନ ଲାଗିଛନ୍ତି । 

  • japan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.