କରୋନା ପାଇଁ ଜାପାନ ରାଜାଙ୍କ ଜନ୍ମଦିନ ବାତିଲ , କଟକଣା ଲଗାଇଲେ ସରକାର
18/02/2020 at 1:28 PM

ଟୋକିଓ ୧୮।୦୨: ସାରାବିଶ୍ବରେ କରୋନା ଭୂତାଣୁ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି । ଚୀନରେ ଏହା ମାରାତ୍ମକ ରୂପ ନେଇସାରିଲାଣି । ଚୀନରେ କରୋନାରେ ମୃତ୍ୟୁ ସଂଖ୍ୟା ୧୮ଶହ ପାର ହୋଇଥିବା ବେଲେ ଆକ୍ରାନ୍ତଙ୍କ ସଂଖ୍ୟା ୭୧ହଜାର ଟପିଲାଣି । ଚୀନ ସୀମାକୁ ଲାଗିଥିବା ଦେଶମାନଙ୍କୁ ଦେଶମାନଙ୍କ ଏହି ଭୂତାଣୁ ମଧ୍ୟ ବ୍ୟାପିସାରିଲାଣି । ଜାପାନ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା କିଛି ମାତ୍ରାରେ ବଢିବାର ଲାଗିଛି । ତେବେ ଜାପାନରେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସରକାର ଦେଶର ଶାସକଙ୍କ ଜନ୍ମଦିନ ପାଳନକୁ ବାତିଲ କରିବା ପାଇଁ ଘୋଷଣା କରିଛନ୍ତି ।

ଜାପାନର ରାଜା ନାରୁହିଟୋ ଗତ ନିଜର ଦାୟିତ୍ବ ଗ୍ରହଣ କରିଛନ୍ତି । ଫେବୃଆରୀ ୨୩ରେ ରାଜାଙ୍କ ଜନ୍ମଦିନ ପାଳନ କରାଯାଇଥାନ୍ତା । ରାଜା ହେବା ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ ଉତ୍ସବ ହୋଇଥାନ୍ତା । କିନ୍ତୁ ଦେଶରେ କରୋନା ସଂକ୍ରମଣ ଯୋଗୁଁ ଏହାକୁ ବାତିଲ କରିଦିଆଯାଇଛି ।
ରାଜାଙ୍କ ଜନ୍ମଦିନ ପାଳନ ନକରିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । କରୋନା ଭାଇରସ ଯୋଗୁଁ ଜନ୍ମଦିନ ରାଜ ସାଧାରଣ ଲୋକଙ୍କୁ ଦେଖା କରିପାରିବେ ରାଜମହଲରୁ ବାହାରକୁ ଆସିବେ ନାହିଁ । ଏବଂ ରାଜାଙ୍କୁ ଦେଖା କରିବା ପାଇଁ କୌଣସି ସାଧାରଣ ଲୋକଙ୍କୁ ରାଜମହଲ ମଧ୍ୟକୁ ପ୍ରବେଶ କରାଯିବନାହିଁ ।
କେବଳ ଯେ କରୋନା ପାଇଁ ରାଜାଙ୍କ ଜନ୍ମଦିନ ପାଳନ ବନ୍ଦ କରାଯାଉଛି ତାହା ନୁହେଁ । ପୂର୍ବରୁ ମଧ୍ୟ ଏପରି ଭାବେ ରାଜାଙ୍କ ଜନ୍ମଦିନ ବନ୍ଦ କରିଦିଆଯାଇଛି । ୧୯୯୬ରେ ପେରୁ ସ୍ଥିତ ଜାପାନୀ ଦୂତାବାସରେ କିଛି କର୍ମଚାରୀଙ୍କ ପଣବନ୍ଦୀ ରଖାଯିବାପରେ ରାଜାଙ୍କ ଜନ୍ମଦିନ ପାଳନ ସ୍ଥଗିତ ରଖାଯାଇଥିଲା । ତେବେ ମାର୍ଚ୍ଚରେ ୧ରେ ଟୋକିଓରେ ହେବାକୁ ଥିବା ମାରାଥନକୁ ମଧ୍ୟ ରଦ୍ଧ କରିଦିଆଯାଇଛି ।