scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ୱରେ ସବୁଠୁ ଅଧିକ ଋଣରେ ବୁଡିଛି କିନ୍ତୁ ତୃତୀୟ ବୃହତ ଅର୍ଥନୀତି, କେମିତି ଚାଲିଛି ସୂର୍ଯ୍ୟୋଦୟର ଦେଶ ?

23/01/2023 at 1:53 PM

ଟୋକିଓ: କରୋନା ମହାମାରୀ ପୂରା ବିଶ୍ୱର ଅର୍ଥନୀତିକୁ ଦୁର୍ବଳ କରିଦେଇଛି। ଆମେରିକା ହେଉ କି ଋଷ ସମସ୍ତେ ଆର୍ଥିକ ସଂକଟ ଦେଇ ଗତିକରୁଛନ୍ତି। ହେଲେ ଏବେ ସ୍ଥିତି ଧୀରେ ଧୀରେ ସୁଧୁରିବାରୁ ଲାଗିଛି। ତେବେ ପାକିସ୍ତାନ, ଶ୍ରୀଲଙ୍କା ଭଳି କିଛି ଦେଶ ବର୍ତ୍ତମାନ ଘୋର ଋଣ ବୋଝରେ ଯୁଝୁଛନ୍ତି। କେବଳ ବିକାଶଶୀଳ ଦେଶ ନୁହେଁ, ଜାପାନ ଆମେରିକା ଭଳି ବିକଶିତ ଦେଶଗୁଡ଼ିକ ମଧ୍ୟ ଋଣ ଭାରରେ ଚାପଗ୍ରସ୍ତ।

ଜାପାନରେ ଗତବର୍ଷ ଜାନୁଆରୀ-ମାର୍ଚ୍ଚ ଓ ଜୁଲାଇ-ସେପ୍ଟେମ୍ବର ତ୍ରୈୟମାସିକ ଜିଡିପିରେ ନକାରାତ୍ମକ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ତେବେ ଏପ୍ରିଲ-ଜୁନ ତ୍ରୈୟମାସିକ ଅଭିବୃଦ୍ଧିରେ ୪.୫ ପ୍ରତିଶତ ଲାଭ ହୋଇଥିଲା। ପାକିସ୍ତାନ ଓ ଶ୍ରୀଲଙ୍କା ଉପରେ ଋଣର ବୋଝ ଥିବା ଚର୍ଚ୍ଚା ହେଉଛି। ହେଲେ ସତ ହେଲା ଜାପାନ ବି ମୋଟା ଅଙ୍କର ଋଣ ଭାରରେ ଜୁଝୁଛି।

Japan travel guide

ପଢନ୍ତୁ-ହଠାତ୍ ବନ୍ଦ ହୋଇଗଲା ବିଦ୍ୟୁତ୍ ସେବା; ପାକିସ୍ତାନରେ ଅଫିସ ଓ ଅନ୍ୟାନ୍ୟ କାର୍ଯ୍ୟ ସବୁ ବନ୍ଦ

ଗତବର୍ଷ ସେପ୍ଟେମ୍ବର ମାସର ଶେଷ ଦିନଗୁଡ଼ିକରେ ଜାପାନ ଉପରେ ୯.୨ ଟ୍ରିଲିୟନ ଡଲାର ଋଣ ଭାର ରହିଥିଲା। ଯାହା ଦେଶରେ ମୋଟ ଜିଡିପିର ୨୬୬ ପ୍ରତିଶତରୁ ବି ଅଧିକ। ସେହିଭଳି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଋଣ କଥା ଦେଖିଲେ, ବର୍ତ୍ତମାନ ଏହି ଦେଶ ଉପରେ ୩୧ ଟ୍ରିଲିୟନ ଡଲାର ଋଣ ରହିଛି। ତେବେ ଆଶ୍ୱସ୍ତିକର କଥା ହେଲା ଆମେରିକା ଜିଡିପିର ଏହା ୯୮ ପ୍ରତିଶତ।  

Japan's economy shrinks 4.8% in 2020 due to Covid - BBC News

ଜାପାନ ଉପରେ ମୋଟା ଅଙ୍କର ଋଣ ଭାର

ଜାପାନ ଉପରେ ଋଣଭାର ବଢ଼ିବାର ପ୍ରମୁଖ କାରଣ ହେଉଛି ନିଜର ଅର୍ଥ ବ୍ୟବସ୍ଥାକୁ ଚାଲି ରଖିବା ପାଇଁ ଏହି ଦେଶ ବର୍ଷ ବର୍ଷ ଧରି ଘରୋଇ ଖର୍ଚ୍ଚରେ ଅଧିକ ପୁଞ୍ଜି ନିବେଶ କରିଛି। ବିବିସି ରିପୋର୍ଟ ଅନୁସାରେ ପିଟରସନ ଇନ୍‌ଷ୍ଟିଚ୍ୟୁଟ୍ ଫର ଇଣ୍ଟରନ୍ୟାସ୍‌ନାଲ ଇକୋନୋମିକର ସିନିୟର କର୍ମଚାରୀ ତାକେଶି ତାଶିରୋ କହୁଛନ୍ତି ଯେ ଜାପାନର ଲୋକେ ନିବେଶ ବଦଳରେ ଅଧିକ ସଞ୍ଚୟ କରନ୍ତି। ଏଥିପାଇଁ ଜାପାନରେ ଚାହିଦା କମ୍‌ ରହିଛି। ଏଥିରେ ସରକାରଙ୍କ ଆର୍ଥିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି।

Japan's economy is 'worsening' for first time in 6 years | Financial Times

ସ୍ୱାସ୍ଥ୍ୟ ଉପରେ ଅଧିକ ଖର୍ଚ୍ଚ 

ତାକିଶି ତାଶୀରୋଙ୍କ ଅନୁସାରେ ଜାପାନର ଲୋକେ ଭବିଷ୍ୟତକୁ ନେଇ ଅଧିକ ଚିନ୍ତିତ ରୁହନ୍ତି। ଅଧିକ ଦିନ ନିରୋଗ ଜୀବନ ଯାପନ କରିବାକୁ ସତର୍କ ରହୁନ୍ତି। ଏଥିପାଇଁ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ ହୋଇଥାଏ। ଭବିଷ୍ୟତକୁ ଅଧିକ ଧ୍ୟାନ ଦେଉଥିବାରୁ ସେଠାକର ଲୋକେ ସଞ୍ଚୟକୁ ଅଧିକ ଧ୍ୟାନ ଦେଇଥାନ୍ତି।  ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଅପେକ୍ଷା ଜାପାନ ଅଧିକ ଋଣରେ ବୁଡ଼ିଛି। ତଥାପି ବିଦେଶ ନିବେଶକଙ୍କର ଏହି ଦେଶ ଉପରେ ଥିବା ଦୃଢ଼ ବିଶ୍ୱାସ ଜାପାନକୁ ଦୃଢ଼ କରି ଛିଡ଼ା କରିବାରେ ସହଯୋଗ କରିଛି। ଜାପାନରେ ଋଣ ଭାର ୧୯୯୦ରୁ ଆରମ୍ଭ ହୋଇଥିଲା। ଏହାରି ଭିତରେ ଆର୍ଥିକ ଓ ରିୟଲ ଷ୍ଟେଟ୍‌ ବ୍ୟବସାୟ ଖୁବ୍ ନିରାଶାଜନକ ଥିଲା। ଆକଳନ ଅନୁସାରେ, ୧୯୯୧ରେ ଜିଡିପି ଓ ଋଣ ଅନୁପାତ ୩୯ ପ୍ରତିଶତ ଥିଲା। ଏହାପରେ ଦେଶର ଅର୍ଥନୀତିରେ ଲଗାତର ହ୍ରାସ ଘଟିଥିଲା।

Earthquake, Tsunami, Meltdown – The Triple Disaster's Impact on Japan,  Impact on the World

ଜାପାନକୁ କେମିତି ମିଳୁଛି ଋଣ

ଦୁର୍ବଳ ଅର୍ଥ ବ୍ୟବସ୍ଥା ଯୋଗୁ ବିଦେଶରୁ ଆୟ କମିଗଲା ଓ ଖର୍ଚ୍ଚ ବଢ଼ିବାକୁ ଲାଗିଲା। ୨୦୦୦ ମସିହା ପର୍ଯ୍ୟନ୍ତ ଜାପାନ ଋଣ ଦେଶର ମୋଟ ଜିଡିପିର ପାଖାପାଖି ହୋଇଯାଇଥିଲା। ଏହାପରେ ୨୦୧୦ରେ ଋଣ ଜିଡିପି ଠାରୁ ଦୁଇଗୁଣ ହୋଇଗଲା। ପୁଣି ୨୦୧୧ରେ ଭୟଙ୍କର ଭୂମିକମ୍ପର ମାଡ଼ ଆଉ ଏବେ କରୋନା ମାଡ଼ ଦେଶର ଅବସ୍ଥାକୁ ସୋଚନୀୟ କରିଦେଲା। ଫଳରେ ଆର୍ଥିକ ପ୍ରୋତ୍ସାହନର ଆବଶ୍ୟକତା ପଡ଼ିଥିଲା।

ଜାପାନ ନିଜର ଖର୍ଚ୍ଚ ପୂରା କରିବା ପାଇଁ ବଣ୍ଡ ବିକ୍ରି କରି ଋଣ ଆଣିଥିଲା। ଯେହେତୁ ଜାପନ କେବେ ବି ଡିଫଲ୍ଡର ହୋଇନଥିଲା, ତେଣୁ ଦେଶକୁ ଋଣ ମିଳିବାରେ କୌଣସି ସମସ୍ୟା ନଥିଲା। ତା ଛଡ଼ା ବହୁତ କମ ସୁଧହାରରେ ସରକାରୀ ବଣ୍ଡ ଦ୍ୱାରା ଜାପାନ ଋଣ ମିଳିଛି।  

   Related Posts