ଅନ୍ତରୀକ୍ଷ ଗବେଷଣାରେ ଜପାନର ନୂଆ କିର୍ତ୍ତିମାନ, କ୍ଷୁଦ୍ରଗ୍ରହରୁ ଆଣିଲା ମାଟି ଓ ଗ୍ୟାସ୍

Published By : Prameya-News7 Bureau | December 15, 2020 IST

ଟୋକିଓ : ଜାପାନ ଅନ୍ତରୀକ୍ଷ ଏଜେନ୍ସୀ ଅଧିକାରୀମାନେ ମଙ୍ଗଳବାର ଅନ୍ତରୀକ୍ଷର ଏକ କ୍ଷୁଦ୍ର ଗ୍ରହରୁ ସଫଳତାର ସହ ମାଟି ଓ ଗ୍ୟାସ୍‌ ସଂଗ୍ରହ କରାଯାଇଥିବାର କହିଛନ୍ତି। ଜାପାନୀ ମହାକାଶ ଯାନ ‘ହାୟାବୁସା-୨’ ଅନ୍ତରୀକ୍ଷର ସୁଦୂର ଏକ କ୍ଷୁଦ୍ରଗ୍ରହରୁ ଆଶାଠାରୁ ଅଧିକ ମାତ୍ରାରେ ମାଟି ଓ ଗ୍ୟାସ୍‌ ଆଣି ଆସିଥିବାରେ ସେମାନେ ଦାବି କରିଛନ୍ତି। ଚଳିତମାସରେ ସମ୍ପୁର୍ଣ୍ଣ ହୋଇଥିବା ଏହି ମିସନ ଗ୍ରହ ଅନୁସନ୍ଧାନରେ ମାଇଲଖୁଣ୍ଟ ହେବ ବୋଲି ବୈଜ୍ଞାନିକମାନେ ଆଶାବ୍ୟକ୍ତ କରିଛନ୍ତି।

{"id":377862,"sizeSlug":"large","linkDestination":"none"}

ଜାପାନ ଏରୋସ୍ପେସ୍‌ ଏକ୍ଲପ୍ଲୋରେସନ ଏଜେନ୍ସୀ (ଜାକ୍ସା) ଅନୁସାରେ ଗବେଷକମାନେ ସୋମବାର କଣ୍ଟେନର ଖୋଲିବା ବେଳେ ମହାକାଶ ଯାନ କ୍ୟାପସୁଲରେ କିଛି କଳାକଳା କଣିକା ଦେଖିବାକୁ ପାଇଥିଲେ। ତେବେ ପରେ ସେହି କମ୍ପାର୍ଟମେଣ୍ଟରୁ ମଙ୍ଗଳବାର ଅଧିକ ପରିମାଣରେ ମାଟି ଓ ଗ୍ୟାସ୍‌ ପାଇଛନ୍ତି। ଜାକ୍ସାର ହାୟାବୁସା ପ୍ରକଳ୍ପ ପ୍ରବନ୍ଧକ ୟୁଇଟୀ ସୁଡା ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

{"id":377866,"sizeSlug":"large","linkDestination":"none"}

ସେ କହିଛନ୍ତି ଯେ ସଂଗୃହୀତ ମାଟି ଓ ଗ୍ୟାସ୍ ‘ରୟଗୁ’ ନାମକ ଏକ କ୍ଷୁଦ୍ର ଗ୍ରହରୁ ସଂଗ୍ରହ ହୋଇଛି। ଯେଉଁଥିରେ ପ୍ରଚୁର ପରିମାଣରେ ଗ୍ୟାସ ଭରି ରହିଛି। ଆମ ଗ୍ରହ ବାହାରୁ ଅଣାଯାଇଥିବା ନମୁନା ଏବେ ଆମ ହାତ ମୁଠାରେ, ଯାହା କେବେ କେବଳ କଳ୍ପନା କରାଯାଉଥିଲା ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.