ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଫିଫା ବିଶ୍ଵ କପ୍‌ରେ ଆଉ ଏକ ବିପର୍ଯ୍ୟୟ, ୪ ଥରର ଚାମ୍ପିଅନ ଜର୍ମାନୀକୁ ମାତ୍ ଦେଲା ଜାପାନ

23/11/2022 at 9:53 PM

ନୂଆଦିଲ୍ଲୀ: କାତାରରେ ଖେଳାଯାଉଥିବା ଫିଫା ବିଶ୍ଵ କପ୍ ୨୦୨୨ରେ ପୁଣି ଆଉ ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୂର୍ବତନ ଚାମ୍ପିଅନ ଜର୍ମାନୀକୁ ଅପ୍ରତ୍ୟାଶିତ ପରାଜୟର ମୁହଁ ଦେଖିବାକୁ ପଡିଛି। ଏସୀୟ ଦେଶ ଜାପାନ ଜର୍ମାନୀକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ଆଉ ପୁଣି ଥରେ ଜର୍ମାନୀ ମନରେ ୨୦୧୮ ଫିଫା ବିଶ୍ଵ କପ୍‌ର ବିପର୍ଯ୍ୟୟର ସ୍ମତିର ତାଜା ହୋଇ ଉଠିଛି। ୨୦୧୪ ସଂସ୍କରଣର ଚାମ୍ପିଅନ  ଜର୍ମାନୀ ୨୦୧୮ ଫିଫା ବିଶ୍ଵ କପ୍‌ରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ଚାରି ଥରର ବିଶ୍ଵ ଚାମ୍ପିଅନ ଜର୍ମାନୀ ନିଜର ୧୧୦ତମ ମ୍ୟାଚ୍‌ରେ ଜାପାନ ହାତରୁ ପରାଜୟ ଭୋଗିଛି।

ଅନ୍ୟପକ୍ଷେ ଜାପାନ ପାଇଁ ଏହି ବିଜୟ ବହୁତ ସ୍ଵତନ୍ତ୍ର ରହିଛି। ଜାପାନ ଇତିହାସରେ ପ୍ରଥମ ଥର ଜର୍ମାନୀକୁ ହରାଇଛି।ଏ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମୋଟ୍ ୫ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଜର୍ମାନୀ ଦୁଇଟିରେ ବିଜୟୀ ହୋଇଥିଲା। ଜାପାନ ଆଜି  ଜର୍ମାନୀ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଥିବା ବେଳେ ଦୁଇଟି ମ୍ୟାଚ୍ ଡ୍ର ଭାବେ ସମାପ୍ତ ହୋଇଛି।

ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଜର୍ମାନୀ ନିଜ ନାମରେ କରିଥିଲା। ଦଳ ଜାପାନ ବିପକ୍ଷରେ ୧-୦ ଗୋଲ୍‌ରେ ଅଗ୍ରଣୀ ହାସଲ କରିଥିଲା। ଦ୍ଵିତୀୟାର୍ଦ୍ଧରେ ଜାପାନ ଚତ୍ମକାର ଖେଳ ପ୍ରଦର୍ଶନ  କରି ଦୁଇଟି ଗୋଲ୍ ଦେବା ସହ ମ୍ୟାଚ୍‌କୁ ୨-୧ରେ ଜିତି ନେଇଛି। ମ୍ୟାଚ୍‌ରେ ୩୩ମିନିଟ୍‌ରେ ଜର୍ମାନୀ ପକ୍ଷରୁ ଇଲକେ ଗୁଣ୍ଡୋଗାନ ଗୋଲ୍ ସ୍କୋର କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ତେବେ ଶେଷ ୧୫ ମିନିଟ୍‌ରେ  ଜାପାନ ଦମଦାର ପ୍ରଦର୍ଶନ କରିଥିଲା। ୭୫ତମ ମିନିଟ୍‌ରେ ରିତ୍ସୁ ଦୋନ ଗୋଲ୍ ଦେଇ ଜାପାନକୁ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଆଉ ୮୩ତମ ମିନିଟ୍‌ରେ ବିଜୟ ସୂଚକ ଗୋଲ୍ ଦେଇଥିଲେ ଜାପାନର ତକୁମା ଅସାନୋ। ଜାପାନ ୨-୧ର ଅଗ୍ରଣୀକୁ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ବଜାୟ ରଖିଥିଲା।

ସୂଚନାଯୋଗ୍ୟ, ଚଳିତ ଫିଫା ବିଶ୍ଵ କପ୍‌ରେ ସାଉଦି ଆରବ ଆର୍ଜେଣ୍ଟିନାକୁ ହରାଇ ବଡ ବିପର୍ଯ୍ୟୟ ଘଟାଇଛି। ଦଳ ଦୁଇ ଥରର ଚାମ୍ପିଅନ ତଥା ଲିଓନେଲ୍ ମେସିଙ୍କ ନେତୃତ୍ଵାଧୀନ ଆର୍ଜେଣ୍ଟିନାକୁ ୨-୧ରେ ହରାଇ ଐତିହାସିକ ବିଜୟ  ହାସଲ କରିଥିଲା।

   Related Posts