ହେ ଭଗବାନ, ଏ କେମିତି ଡ୍ରେସ ପିନ୍ଧି ରାସ୍ତାରେ ବୁଲୁଛନ୍ତି ଜାନଭୀ କପୁର, ଫଟୋକୁ ଦେଖି ଗଦା ହେଲାଣି କମେଣ୍ଟ ପରେ କମେଣ୍ଟ
22/01/2019 at 12:54 PM

ମୁମ୍ବାଇ ୨୨|୦୧: ବଲିଉଡ ଅଭିନେତ୍ରୀ ଜାନଭୀ କପୁର ଫିଲ୍ମ ଧଡକରୁ ହିନ୍ଦି ସିନେମା ଜଗତରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଜାନଭୀଙ୍କ ସୁନ୍ଦରତା ସାଂଗକୁ ତାଙ୍କ ପରିଧାନ ଶୈଳୀ ଯୋଗୁଁ ସେ ସବୁବେଳେ ଚର୍ଚ୍ଚାରେ ରହିାସିଛନ୍ତି । ନିକଟରେ ତାଙ୍କର ଏକ ପରିଧାନ ବେଶ ଚର୍ଚ୍ଚିତ ହୋଇଛି ।

ବହୁ ପ୍ରତିଷ୍ଠିତ ଅଭିନେତ୍ରୀ ଶ୍ରୀଦେବୀ ଓ ବଲିଉଡ ସିନେମା ନିର୍ମାତା ବୋନି କପୁରଙ୍କର ଅଲିଅଳି ଝିଅ ଜାନଭୀଙ୍କ ଜନ୍ମ ୧୯୯୭ ମସିହା ମାର୍ଚ୍ଚ ୭ ତାରିଖ ମହାରାଷ୍ଟ୍ରରେ ହୋଇଥିଲା। ଆଜିକାଲି ଜାନଭି ନିଜ ସୁନ୍ଦରତା ଏବଂ ଆଉଟଫିଟ୍ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି। ୮୦ ଏବଂ ୯୦ ଦଶକରେ ଶ୍ରୀଦେବୀ ତାଙ୍କ ଅଭିନୟ ପାଇଁ ଅନେକ ଲୋକପ୍ରିୟତା ହାସଲ କରିଥିଲେ। ଶ୍ରୀଦେବୀ ତାଙ୍କ କ୍ୟାରିଅରରେ ଅନେକ ସଫଳତା ଲାଭ କରିଥିଲେ।

ବହୁବାର ନ୍ୟାସନାଲ ଫିଲ୍ମ ଆୱାର୍ଡ ପାଇଥିବା ଶ୍ରୀଦେବୀ କେବଳ ହିନ୍ଦି ସିନେମା ଜଗତରେ ପ୍ରସିଦ୍ଧ ନଥିଲେ। ସେ ତାଙ୍କ ଅଭିନୟରେ ସାରା ଦେଶର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ତାମିଲ, ତେଲୁଗୁ, କନ୍ନଡ, ମଲାୟଲମ ସିନେମାରେ ମଧ୍ୟ ଶ୍ରୀଦେବୀ ଅଭିନୟ କରିଛନ୍ତି। ନ୍ୟାସନାଲ ଫିଲ୍ମ ଆୱାର୍ଡ ସହ କେରଲା ଷ୍ଟେଟ୍ ଆୱାର୍ଡ, ତାମିଲନାଡୁ ଷ୍ଟେଟ୍ ଫିଲ୍ମ ଆୱାର୍ଡ ଏବଂ ୩ଟି ଫିଲ୍ମଫେଆର ଆୱାର୍ଡ ସାଉଥ ମଧ୍ୟ ହାସଲ କରିଥିଲେ ଶ୍ରୀଦେବୀ। ୨୦୧୩ ମସିହାରେ ଭାରତ ସରକାର ଶ୍ରୀଦେବୀଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ତେବେ ଏହି କାରଣରୁ ଶ୍ରୀଦେବୀଙ୍କୁ ପ୍ରଥମ “ଫିମେଲ ସୁପରଷ୍ଟାର” ବୋଲି କୁହାଯାଏ।

୨୦୧୮ ମସିହା ଫେବୃଆରୀ ୨୪ ତାରିଖରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା। ଅନୁଭବୀ ଅଭିନେତ୍ରୀଙ୍କ ମନକିଣା ଅଭିନୟ ଲୋକଙ୍କୁ ହସାଏ ଓ କନ୍ଦାଏ। ଜାନଭୀ ମଧ୍ୟ ତାଙ୍କ ମାଁଙ୍କ ଅଭିନୟରୁ ପ୍ରଭାବିତ ହୋଇ ସିନେମା ଜଗତରେ ପାଦ ରଖିବାକୁ ଚାହିଁଥିଲେ। କିନ୍ତୁ ଶ୍ରୀଦେବୀ ଏହା ଚାହୁଁନଥିଲେ। ସାଧାରଣ ଝିଅଙ୍କ ପରି ଜାନଭି ତାଙ୍କ ପଢା ଶେଷ କରି ବିବାହ କରି ଘର ସଂସାର କରନ୍ତୁ ବୋଲି ଶ୍ରୀଦେବୀ ଚାହୁଁଥିଲେ।

ତଥାପି ଜାନଭିଙ୍କର ଅଭିନୟ ପ୍ରତି ଥିବା ଆଗ୍ରହକୁ ଦେଖି ସିନେମାରେ ଅଭିନୟ କରିବାକୁ ପ୍ରତିଶୃତି ଦେଇଥିଲେ ଶ୍ରୀଦେବୀ। ମାଁଙ୍କ ଅନୁମତି ସହ ଝିଅ ଜାନଭି ୨୦୧୮ ମସିହାରେ ହିନ୍ଦି ସିନେମା ଜଗତରେ ପାଦ ଦେଇଥିଲେ। ତେବେ ଫିଲ୍ମ ସୁଟିଂ ସହ ଜାନଭିଙ୍କୁ ଏବେ ଅନେକ ସମୟରେ ହଟ୍ ଅବତାରରେ ସ୍ପଟ କରାଯାଉଛି। କିନ୍ତୁ ଗତ କିଛି ଦିନ ପୂର୍ବରୁ ତାଙ୍କ ଫ୍ୟାସନ ଯଗୁଁ ସୋସିଆଲ ମିଡିଆରେ ତାଙ୍କର ଫଟୋ ଭାଇରାଲ ହୋଇଛି। ଫୋଟରେ ଜାନଭି ଗୋଟେ ଫିକା ଧଳା ରଂଗର ଟପ ପିନ୍ଧିଥିଲେ। ତେବେ ଫଟୋରେ ଏମିତି ଲାଗୁଥିଲା ଯେ, ଯେମିତି ଜାନବୀ ଟପ ତଳକୁ କିଛି ହିଁ ପିନ୍ଧି ନାହାଁନ୍ତି । ଅର୍ଥାତ ସେ ପ୍ୟାଣ୍ଟ ପିନ୍ଧି ନଥିଲାଭଳି ଦେଖାଯାଉଛି । ଏଇ ଫୋଟକୁ ନେଇ ସୋସିଆଲ ମିଡିଆ ୟୁଜର ମାନେ ବହୁତ ମାରାତ୍ମକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି ।