ଜନ୍ମାଷ୍ଟମୀରେ ପଡୁଛି ଦୁର୍ଲଭ ଯୋଗ: ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ପୂଜା ବିଧି

Published By : Prameya-News7 Bureau | August 27, 2021 IST

ଭୁବନେଶ୍ୱର ୨୭/୦୮ : ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଓ ରୋହିଣୀ ନକ୍ଷତ୍ରରେ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଏ। ଏଥର ଜନ୍ମାଷ୍ଟମୀ ଅଗଷ୍ଟ ୩୦ ତାରିଖରେ ପଡୁଛି। ଜନ୍ମାଷ୍ଟମୀ ପ୍ରତିବର୍ଷ ଧୂମଧାମରେ ପାଳନ କରାଯାଏ। ଏଥର ଜନ୍ମାଷ୍ଟମୀରେ ଦୁର୍ଲଭ ଯୋଗ ରହିଛି। ଅଗଷ୍ଟ ୨୯ ତାରିଖ ରାତି ୧୧ଟା ୨୪ ମିନିଟରୁ ଅଷ୍ଟମୀ ଆରମ୍ଭ ହେବ ଓ ୩୦ ତାରିଖ ଗୋଟାଏ ୫୯ ମିନିଟରେ ଶେଷ ହେବ। ଏହି ଦିନ ସନ୍ଧ୍ୟା ୬ଟା ୩୭ ମିନିଟରେ ରୋହିଣୀ ନକ୍ଷତ୍ର ଲାଗୁଛି। ପ୍ରାୟ ୧୫ ବର୍ଷ ପରେ ଅଷ୍ଟମୀ ଓ ରୋହିଣୀ ନକ୍ଷତ୍ର ଏକାସାଙ୍ଗେ ପଡୁଛି। ୩୦ ତାରିଖ ରାତି ୧୨ଟା ରେ ଶ୍ରୀକୃଷ୍ଣଙ୍କ ଜନ୍ମ ହେବ। ଜାଣନ୍ତୁ ପୂଜା ବିଧି ଓ ମହତ୍ତ୍ୱ :

ପୂଜା ବିଧି - ସକାଳୁ ଶୀଘ୍ର ଉଠି ସ୍ନାନ କରନ୍ତୁ। ଘର ଠାକୁର ଘର ସଫାସଫି କରି ଦୀପ ଜଳାନ୍ତୁ। ସମସ୍ତ ଦେବାଦେବୀଙ୍କ ଜଳାଭିଷେକ କରନ୍ତୁ। ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ରୂପ ଅର୍ଥାତ ଆଣ୍ଠୁଆ ଗୋପାଳଙ୍କୁ ପୂଜା କରାଯାଇଥାଏ। ଗୋପାଳଙ୍କ ଜଳାଭିଷେକ କରନ୍ତୁ। ଗୋପାଳଙ୍କ ପାଇଁ ଦୋଳି ସଜାଇ ସେଥିରେ ତାଙ୍କୁ ବସାନ୍ତୁ। ଗୋପାଳଙ୍କୁ ନାନା ମିଠା ଭୋଗ ଦିଅନ୍ତୁ। ଗୋପାଳଙ୍କୁ ପୁତ୍ର ଭଳି ସେବା କରନ୍ତୁ। ଏହି ଦିନ ରାତ୍ରି ପୂଜାର ମହତ୍ତ୍ୱ ରହିଛି କାରଣ ଶ୍ରୀକୃଷ୍ଣଙ୍କ ଜନ୍ମ ରାତିରେ ହୋଇଥିଲା।

ମହତ୍ତ୍ୱ - ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଅନେକ ମହତ୍ତ୍ୱ ରହିଛି। ଏହି ଦିନ ଗୋପାଳଙ୍କୁ ପୂଜା କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ। ଏହିଦିନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କଲେ ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ।

ପୂଜା ପାଇଁ ଶୁଭ ମୁହୂର୍ତ୍ତ - ୩୦ ତାରିଖ ରାତି ୧୧ଟା ୫୯ ମିନିଟରୁ ୧୨ଟା ୪୪ ମିନିଟ ଯାଏଁ ଶୁଭ ମୁହୂର୍ତ୍ତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.