Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ରାହୁଲଙ୍କ ଉଦ୍ଧାର ଅଭିଯାନରେ ସାମିଲ ଏସପି ଅସୁସ୍ଥ, ହସ୍ପିଟାଲରେ ଚିକିତ୍ସିତ ହୋଇ ପୁଣି ଫେରିଲେ

14/06/2022 at 8:11 PM

ରାୟପୁର: ରାହୁଲର ଉଦ୍ଧାର ଅଭିଯାନରେ ସାମିଲ ଥିବା ଜାଜଗିର-ଚାମ୍ପା ଜିଲ୍ଲାର ଏସପି ବିଜୟ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଛି । ଏସପିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ଡାକ୍ତରଙ୍କ କହିବା କଥା ଅତ୍ୟଧିକ ଥକାପଣ ଏବଂ ନିଦ ପୂରା ହୋଇ ନଥିବାରୁ ସ୍ୱାସ୍ଥ୍ୟ ଖରାପ ହୋଇଛି । ଚିକିତ୍ସା ପରେ ଏସପି ବିଜୟ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି । ଏହାପରେ ପୁଣି ଥରେ ସେ ଉଦ୍ଧାର ଅଭିଯାନରେ ସାମିଲ ହୋଇଛନ୍ତି । ଏସପି ଗତ ଚାରି ଦିନରୁ ପିହରୀଦ ଗାଁରେ ପୋଲିସକର୍ମୀଙ୍କ ସହ ଉପସ୍ଥିତ ରହିଛନ୍ତି । ଛତିଶଗଡ ଇତିହାସରେ ଏହା ସବୁଠୁ ବଡ଼ ରେସକ୍ୟୁ ଅପରେସନ, ଯାହାର ନେତୃତ୍ୱ ନିଜେ ଏସପି ଏବଂ କଲେକ୍ଟର ନେଉଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୧୧ ବର୍ଷର ରାହୁଲ ୮୦ ଫୁଟ ଗଭୀର ଗାତରେ ଫସି ରହିଛି । ନାବାଳକକୁ ଉଦ୍ଧାର କରିବା ପାଇଁ ସେନା, ଏନଡିଆରଏଫ ଏବଂ ଏସଡିଆରଏଫ ଟିମ ନିୟୋଜିତ ହୋଇଛନ୍ତି । ଗତ ୪ ଦିନରୁ ଜିଲ୍ଲାପାଳ ଏବଂ ଏସପି ମଧ୍ୟ ଉପସ୍ଥିତ ରହିଛନ୍ତି । ଶୁକ୍ରବାରଠୁ ନିଜେ ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା ଏବଂ ଏସପି ବିଜୟ ଅଗ୍ରୱାଲ ଗାଁରେ ଉପସ୍ଥିତ ଅଛନ୍ତି । ଅପରେସନକୁ ୧୦୦ ଘଣ୍ଟା ବିତିସାରିଛି।  

ସୋମବାର ସଂଧ୍ୟାରୁ ଏସପି ଅଗ୍ରୱାଲଙ୍କୁ ଜ୍ୱର ଆସିବା ଆରମ୍ଭ ହୋଇଥିଲା । ମଙ୍ଗଳବାର ସକାଳେ ତାଙ୍କ ଦେହ ଅଧିକ ଖରାପ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଡ୍ରିପ ଦିଆଯାଇଥିଲା, ଏହାପରେ ସ୍ୱାସ୍ଥ୍ୟରେ ସୁଧାର ଆସିଥିଲା। ପରେ ସେ ହସ୍ପିଟାଲରୁ ଘଟଣା ସ୍ଥଳରୁ ଫେରି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

   Related Posts