ରିଲିଜ୍‌ ହେଲା ଫିଲ୍ମ ‘ମିଲି’ର ଆଉ ଏକ ଗୀତ, ଫ୍ୟାନ୍ସଙ୍କୁ ପସନ୍ଦ ଆସିଲା ଜାହ୍ନବୀ-ସନ୍ନିଙ୍କ କେମେଷ୍ଟ୍ରି

Published By : Prameya-News7 Bureau | October 27, 2022 IST

ମୁମ୍ଵାଇ ୨୭।୧୦: ଅଭିନେତ୍ରୀ ଜାହ୍ନବୀ କପୁର ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ମିଲି' ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଫିଲ୍ମ ପାଇଁ ଲଗାତାର ପ୍ରମୋସନ କରୁଛନ୍ତି। ଜାହ୍ନବୀଙ୍କ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥିରେ ଜାହ୍ନବୀଙ୍କ ସହିତ ସନ୍ନି କୌଶଲ ମଧ୍ୟ ନଜର ଆସିବେ । ଏବେ ଏହି ଫିଲ୍ମର 'ତୁମ୍ ଭୀ ରାହି' ଗୀତ ରିଲିଜ୍ ହୋଇଛି। ଏହା ହେଉଛି ଫିଲ୍ମର ଦ୍ୱିତୀୟ ଗୀତ ।

wp:html
/wp:html

ଅଭିନେତ୍ରୀ ଏହି ଗୀତକୁ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରି ରିଲିଜ୍‌ ବିଷୟରେ ସୂଚନା ଦେଇଛନ୍ତି । ଦୁହେଁ ପ୍ରଥମ ଥର ଏକାଠି ସ୍କ୍ରିନ୍‌ ସେୟାର କରିଛନ୍ତି । ଫ୍ୟାନ୍ସଙ୍କୁ ବି ଉଭୟଙ୍କ ଯୋଡି ଖୁବ୍‌ ପସନ୍ଦ ଆସିଛି । ପୋଷ୍ଟ ସେୟାର କରି ଜାହ୍ନବୀ କ୍ୟାପସନରେ ଲେଖିଛନ୍ତି, 'ମିଲି' ଚଳଚ୍ଚିତ୍ରର ମୋର ପ୍ରିୟ ଗୀତ ଶେଷରେ ଆସିଲା। ଗୀତ 'ତୁମ୍ ଭୀ ରାହି' ରିଲିଜ୍ ହୋଇଛି। ଏହା ସହ ସେ ଲେଖିଛନ୍ତି ଯେ ଫିଲ୍ମଟି ନଭେମ୍ବର ୪ରେ ରିଲିଜ୍‌ ହେଉଛି। କହିବାକୁ ଗଲେ ଏଥିରେ ଜାହ୍ନବୀ–ସନ୍ନିଙ୍କ ବ୍ୟତୀତ ମନୋଜ ପହୱା ଗୁରୁତ୍ଵ ଭୂମିକାରେ ନଜର ଆସିବେ।

ଏହି ଗୀତକୁ ଏଆର୍ ରହମାନ ଏବଂ ଶଶା ତିରୁପତି  ସହ ଗାଇଛନ୍ତି। ଜାଭେଦ ଅଖତର ଗୀତ ଲେଖିଥିବା ବେଳେ କମ୍ପୋଜ୍‌ କରିଛନ୍ତି ଏଆର ରେହମାନ । ସୂଚନା ଅନୁଯାୟୀ, ଏହି ଚଳଚ୍ଚିତ୍ରଟି  ୨୦୧୯ ମାଲାୟାଲମ୍ ଚଳଚ୍ଚିତ୍ର 'ହେଲେନ'ର ରିମେକ୍ ଅଟେ । ଜାହ୍ନବୀ କପୁର ଏହି ଫିଲ୍ମରେ ଜଣେ ନର୍ସ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ ପ୍ରଥମ ଥର ପାଇଁ ପାପା ବୋନି କପୁରଙ୍କ ସହ କାମ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.