ମୁମ୍ବାଇ୧୦|୨: ଶ୍ରୀଦେବୀ ଏବଂ ବୋନି କପୁରଙ୍କ ବଡ଼ ଝିଅ ଜାହ୍ନବୀ କପୁର ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି। ‘ଧଡ଼କ’ରେ ଡେବ୍ୟୁ କରିବା ପରେ ଜାହ୍ନବୀ ଅନେକ ଲୋକଙ୍କ ଦିଲରେ ରାଜ କରନ୍ତି। ଜାହ୍ନବୀ ଏବେ ନିଜ ଅପକମିଂ ଫିଲ୍ମ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍ ନେଇ ବ୍ୟସ୍ତ ଅଛନ୍ତି। ଜାହ୍ନବୀଙ୍କୁ ସବୁବେଳେ ଭିନ୍ନ ଭିନ୍ନ ଷ୍ଟାଇଲ୍ରେ ସ୍ପଟ୍ କରାଯାଏ।ଅଧିକାଂଶ ସମୟ ସେ ନିଜ ପରିଧାନ ଶୈଳୀ ପାଇଁ ଚର୍ଚ୍ଚାରେ ରୁହନ୍ତି।
{"id":222758,"sizeSlug":"large"}ଏବେ ଜାହ୍ନବୀ ନିଜ ଲାଟେଷ୍ଟ ଫଟୋଶୁଟ୍ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏହି ଫଟୋ ଦେଖି ଅନେକ ଦର୍ଶକ ପାଗଳ ହୋଇଛନ୍ତି। ଏହି ଫଟୋରେ ଜାହ୍ନଭୀଙ୍କ ସେକ୍ସି ଫିଗର ନଜର ଆସିଛି। କଳା ରଂଗର ବଡିକନ୍ ଡ୍ରେସ୍ରେ ଜାହ୍ନବୀ ଖୁବ ହଟ୍ ଲାଗୁଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ଜାହ୍ନବୀ କରଣ ଜୋହରଙ୍କ ଫିଲ୍ମ ‘ତଖ୍ତ’ରେ ବିକିଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିବେ।
{"id":222759,"sizeSlug":"large"}ଏଥିରେ ବିକି କୈାଶଲ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ଭୂମିକାରେ ଅଭିନୟ କରିବେ। ସୂଚନାଯୋଗ୍ୟ ଯେ, ସେ ଆଗାମୀ ଦିନରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହ ‘ଦୋସ୍ତାନାରେ ୨’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହା ବ୍ୟତୀତ ରାଜକୁମାର ରାଓଙ୍କ ସହ ଏକ ଫିଲ୍ମରେ ଜାହ୍ନବୀ ଅଭିନୟ କରିବେ ବୋଲି କୁହାଯାଉଯାଉଛି। ଏହି ଫିଲ୍ମ ବିଷୟରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।