ଗ୍ରୀନ ଶାଢୀ, ବିକିନି ବ୍ଲାଉଜ ପିନ୍ଧି ନିଆଁ ଲଗାଇଲେ ଶ୍ରୀଦେବୀ ତନୟା, ଫ୍ୟାନ୍ସଙ୍କର ଲାଗିଲା ଲମ୍ୱା ଲାଇନ୍

Published By : Prameya-News7 Bureau | November 01, 2022 IST

ମୁମ୍ୱାଇ ୦୧/୧୧: ଆଜିକାଲି ଫିଲ୍ମ ମିଲିର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ଜାହ୍ନବୀ କପୁର । ଏହି ପ୍ରମୋସନ ସମୟରେ ସେ ପ୍ରଶଂସକଙ୍କ ହୃଦୟ ଜିତିବାରେ ବ୍ୟସ୍ତ ଅଛନ୍ତି । ଫ୍ୟାନ୍ସଙ୍କୁ ନିଜ ପିଲ୍ମ ପ୍ରତି ଆକୃଷ୍ଟ କରିବାକୁ ଗୋଟିଏ ବି ସୁଯୋଗ ଛାଡୁ ନାହାଁନ୍ତି । ଏହାରି ଭିତରେ ଜନତାଙ୍କ ନିକଟତର ହେବାକୁ କୌଣସି ସୁଯୋଗକୁ ମିସ୍ କରୁନାହାଁନ୍ତି ଶ୍ରୀଦେବୀ ଓ ବୋନ୍ନି କପୁରଙ୍କ ଝିଅ ଜାହ୍ନବୀ ।

ଆଜିକାଲି ଜନସାଧାରଣଙ୍କ ମଧ୍ୟରେ ସେ ବହୁତ ଆକ୍ଟିଭ୍ ହୋଇପାରିଛନ୍ତି । ଖାଲି ସେତିକି ନୁହେଁ ପ୍ରଶଂସକଙ୍କୁ ହୃଦୟରେ ରାଜ୍ କରିବାକୁ ସେ ପପକର୍ଣ୍ଣ ବିକିବାକୁ ବି ପଛାଇନାହାଁନ୍ତି । ଜାହ୍ନବୀ କପୁରଙ୍କ ଚାର୍ମିଂ ନେସ୍ ଆଜିକାଲି ଫ୍ୟାନ୍ସଙ୍କ ହୃଦସ୍ପନ୍ଦନକୁ ବଢାଇ ଦେଇଛି । ପ୍ରମୋସନ ସମୟରେ ଜାହ୍ନବୀ ସବୁକିଛି କରୁଛନ୍ତି । ଯେଉଁଥିପାଇଁ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାକୁ ପଛାଉ ନାହିଁନ୍ତି । ଜାହ୍ନବୀ ମଧ୍ୟ ଏଥିରେ ସଫଳ ହେଉଛନ୍ତି ।

wp:gallery {"linkTo":"none"} /wp:gallery

ସମୟ ଅତିବାହିତ ହେବା ସହିତ ଜାହ୍ନବୀ କିପରି ବଲିଉଡରେ ନିଜ ସ୍ଥିତି ମଜଭୁତ କରିବେ ତାହା କରିବାରେ ଲାଗି ପଡିଛନ୍ତି । ସେଥିପାଇଁ ସେ ବୋଧହୁଏ ପ୍ରମୋସନର କୌଣସି ଗୋଟିଏ ଷ୍ଟେପ୍ ଛାଡୁନାହାଁନ୍ତି । ନିକଟରେ ଜାହ୍ନବୀ ଥିଏଟର ପରିସରରେ ଥିବା ଖାଦ୍ୟ କାଉଣ୍ଟରରେ ପପକର୍ଣ୍ଣ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା ।

ବହୁ ସଂଖ୍ୟାରେ ଲୋକ ମଧ୍ୟ ସେମାନଙ୍କ ହାତରେ ପପକର୍ଣ୍ଣ ନେବାକୁ ନଜର ଆସିଥିଲେ । ତେବେ ଏହି ସମୟରେ ତାଙ୍କର ଲୁକ୍ ଥିଲା ବେଶ୍ ସିଜିଲିଂ । ଗ୍ରୀନ ଶାଢୀ ସାଙ୍ଗକୁ ବିକିନି ବ୍ଲାଉଜରେ ବେଶ୍ ହଟି ଲାଗୁଥିଲେ ଜାହ୍ନବୀ । ଯାହାକି ଦର୍ଶକଙ୍କୁ କରିଥିଲା ମତୁଆଲା । କିଛି ଫ୍ୟାନ୍ସ ପପକର୍ଣ୍ଣ ନେବା ବାହାନାରେ ତାଙ୍କୁ ଦେଖିବାକୁ ଚାହୁଁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.