ଓ୍ବାହିଦା ରେହମାନଙ୍କ ଫୁଟଷ୍ଟେପରେ ଝୁମିଲେ ଜାହ୍ନବୀ : ସୋସିଆଲ ମିଡିଆରେ ଭାଇରାଲ୍
25/02/2020 at 4:15 PM

ମୁମ୍ବାଇ ୨୫/୨: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କୁ ପାକିଜା ଭଳି ପୁରୁଣା ଫିଲ୍ମ ବହୁତ ପସନ୍ଦ। ଜାହ୍ନବୀ କିଛି ଦିନରୁ କରଣ ଜୋହରଙ୍କ ନିର୍ଦେଶିତ ଫିଲ୍ମ ‘ତଖ୍ତ’ ପାଇଁ ପ୍ରସ୍ତୁତି କରୁଛନ୍ତି। ଏବେ ଜାହ୍ନବୀ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଡ୍ୟାନ୍ସ ପ୍ରାକ୍ଟିସ୍ କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓକୁ ଘଣ୍ଟେ ମଧ୍ୟରେ ୫ଲକ୍ଷରୁ ଅଧିକ ଥର ଦେଖା ଯାଇଛି।
ଫଟୋର କ୍ୟାପ୍ସନରେ ଜାହ୍ନବୀ ଲେଖିଛନ୍ତି,‘ଯେତେବେଳେ ଆପଣ ସନ୍ତୁଳନ ହରାଇ ବସନ୍ତି ଆପଣଙ୍କୁ ଇମ୍ପୋଭାଇଜ୍ କରି ଏକ ଡ୍ରାମାଟିକ୍ ଏଣ୍ଡ କରିବା ଉଚିତ୍।’ ଜାହ୍ନବୀ ଭିଡିଓର କ୍ୟାପସନରେ ଏକଥା ଏଥିପାଇଁ ଲେଖିଛନ୍ତି ଯେ କାରଣ ଭିଡିଓ ସରିଯିବା ପରେ ସେ ନିଜ ସନ୍ତୁଳନ ହରାଇ ଦର୍ପଣ ନିକଟରେ ପଡ଼ି ଯାଉଛନ୍ତି। ଭିଡିଓରେ ଜାହ୍ନବୀ ,ଓ୍ବାହିଦା ରେହମାନଙ୍କ କ୍ଲାସିକ୍ ସଙ୍ଗ୍ ‘ପିୟା ତୋସେ ନୈନା ଲାଗେ ରେ’ ରେ କଥକ ନୃତ୍ୟ କରୁଥିବା ନଜର ଆସୁଛନ୍ତି। ଜାହ୍ନବୀ ବହୁତ ସୁନ୍ଦର ଭାବେ ଡ୍ୟାନ୍ସ ମୁଭ୍ସ କରୁଛନ୍ତି।

ସ୍କାଏ କଲର ଡ୍ରେସରେ ଜାହ୍ନବୀ ବହୁତ କ୍ୟୁଟ୍ ଦେଖାଯାଉଛନ୍ତି। ଏହି ଭିଡିଓକୁ ଦେଖି ଶ୍ରୀଦେବୀଙ୍କ କଥା ମନେ ପଡ଼ିଯାଇଛି। ଜାହ୍ନବୀ କପୁର ନିଜ ମାଆଙ୍କ ଭଳି ଚମତ୍କାର ଡ୍ୟାନ୍ସର। ଜାହ୍ନବୀଙ୍କ ଏହି ଭିଡିଓ ଫ୍ୟାନଙ୍କ ପାଇଁ ଖାସ୍ ଟ୍ରିଟ୍।
