ଏକ୍ସ-ବୟଫ୍ରେଣ୍ଡ ସହ ମାଲଦ୍ଵୀପରେ ହଲିଡେ କାଟୁଛନ୍ତି ଜାହ୍ନବୀ ! କଣ ହୋଇଗଲା କି ପ୍ୟାଚ୍‌-ଅପ ?

Published By : Prameya-News7 Bureau | December 11, 2022 IST

ମୁମ୍ଵାଇ ୧୧।୧୨: ବଲିଉଡର ଧଡକ ଗର୍ଲ ତଥା ସୁନ୍ଦରୀ ଅଭିନେତ୍ରୀ ଜାହ୍ନବୀ କପୁର । ବର୍ତ୍ତମାନ ସେ ମାଲଦ୍ୱୀପରେ ଛୁଟି ଉପଭୋଗ କରୁଛନ୍ତି। ସେ ତାଙ୍କ ଛୁଟିଦିନର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ସେ ବହୁତ ହଟ ଦେଖାଯାଉଛନ୍ତି । ଫଟୋରେ ଜାହ୍ନବୀ ଧଳା ରଙ୍ଗର ଡ୍ରେସ୍‌ରେ ନଜର ଆସିଛନ୍ତି। ତାଙ୍କ ଫଟୋ ଗୁଡ଼ିକରେ ସେ ଅତି ସୁନ୍ଦର ଦେଖାଯାଉଛନ୍ତି।

wp:html
/wp:html

ଏହି ସମୟରେ ଏଭଳି ଫଟୋ ସାମ୍ନାକୁ ଆସିଛି। ଯେଉଁ କାରଣରୁ ସୋସିଆଲ ମିଡିଆ ୟୁଜର୍ସମାନେ ଅନୁମାନ କରୁଛନ୍ତି ଯେ ଜାହ୍ନବୀ ଏକା ମାଲଦ୍ୱୀପରେ ଛୁଟିଦିନ କାଟୁ ନାହାନ୍ତି, ବରଂ ପୂର୍ବତନ ପ୍ରେମିକ ଶିଖର ପହାଡିଆଙ୍କ ସହ। ବାସ୍ତବରେ, ଜଣେ ୟୁଜର୍ସ ଶିଖର ପହାଡିଆଙ୍କ ଇନଷ୍ଟା ଷ୍ଟୋରୀ ପୋଷ୍ଟର ଏକ ଝଲକ ଦେଖାଇଛନ୍ତି। ବାସ୍ତବରେ, ଜାହ୍ନବୀ କପୁର ଆଉ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଚନ୍ଦ୍ରକୁ ଅନାଇଛନ୍ତି । ଶିଖର ଏବଂ ଜାହ୍ନବୀଙ୍କ ସମାନ ଫଟୋ ଯୋଗୁଁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଉଭୟ ମାଲଦ୍ୱୀପରେ ଏକାଠି ଛୁଟି ଉପଭୋଗ କରୁଛନ୍ତି।

ଏଥିରୁ ଜଣାପଡୁଛି କି ଶିଖର ପୂର୍ବତନ ମହାରାଷ୍ଟ୍ର ସିଏମ ସୁଶୀଲ କୁମାର ସିନ୍ଦେଙ୍କ ନାତି। ରିପୋର୍ଟ ଅନୁଯାୟୀ, ସେ ଜାହ୍ନବୀଙ୍କୁ ଡେଟ କରିଛନ୍ତି। କିଛି ସମୟ ପରେ ଦୁଇଜଣ ଅଲଗା ହୋଇଯାଇଥିଲେ। କରଣ ଜୋହର ତାଙ୍କ ଚାଟ୍ ସୋ’ରେ ଦୁହିଁଙ୍କ ସମ୍ପର୍କକୁ ନିଶ୍ଚିତ କରିଥିଲେ। ଏହାପୂର୍ବରୁ ଜାହ୍ନବୀ ଏବଂ ଶିଖରଙ୍କୁ ମୁମ୍ବାଇରେ ଏକାଠି ଦେଖିବାକୁ ମିଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.