ଓରହାନଙ୍କୁ ଡେଟ୍ କରୁଛନ୍ତି କି ଜାହ୍ନବୀ ? ପ୍ରଶ୍ନର ଏମିତି ଉତ୍ତର ରଖିଲେ ଅଭିନେତ୍ରୀ

Published By : Prameya-News7 Bureau | November 09, 2022 IST

ମୁମ୍ୱାଇ ୦୯/୧୧:ଉଭୟ ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ଥାଆନ୍ତି ବଲିଉଡ୍‌ ଆକ୍ଟ୍ରେସ୍‌ ଜାହ୍ନବୀ କପୁର । ଜାହ୍ନବୀଙ୍କ ପ୍ରଶଂସକଙ୍କ କହିବାନୁସାରେ ଅନ୍ୟମାନେ ଯେମିତି ବ୍ୟକ୍ତିଗତ କଥା ଲୁଚାନ୍ତି, ଜାହ୍ନବୀ ସେମିତି ନୁହନ୍ତି । ବ୍ୟକ୍ତିଗତ ଜୀବନର କିଛି ଘଟଣା ମଧ୍ୟ ସେ କହିଦିଅନ୍ତି ସାକ୍ଷାତକାରରେ । ଏଇ ଯେମିତି ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି ନାଁ କରା ବ୍ଲଗର୍‌ ଓରହାନ ଅବାତ୍ରାମଣିଙ୍କ ସମ୍ବନ୍ଧରେ ।

ବେଶ୍‌ କିଛି ଦିନ ଧରି ଜାହ୍ନବୀ ଓରହାନଙ୍କୁ ଡେଟ୍‌ କରୁଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା । ଏହା ଆପଣଙ୍କ ଦୃଷ୍ଟିରେ ପଡ଼ିଥିବ ନିଶ୍ଚୟ । ଏବେ ପ୍ରଥମଥର ପାଇଁ ଏ ବାବଦରେ ମୁହଁ ଖୋଲିଛନ୍ତି ଜାହ୍ନବୀ । ତାଙ୍କ କହିବାନୁସାରେ, ଓରହାନ ତାଙ୍କର ଜଣେ ଖାସ୍‌ ବନ୍ଧୁ । ତାଙ୍କର ଭାଗ୍ୟ ଯେ, ତାଙ୍କୁ ଏଭଳି ଜଣେ ବନ୍ଧୁ ମିଳିଛି ।

ଜାହ୍ନବୀ ଆହୁରି କହନ୍ତି, ଓରହାନ ଯେତେବେଳେ ତାଙ୍କ ସହିତ ଥାଆନ୍ତି, ତାଙ୍କୁ ଖୁବ୍‌ ନିରାପଦ, ସୁରକ୍ଷିତ ଲାଗେ । ମନେହୁଏ ସେ ଯେମିତି ନିଜ ଘରେ ଅଛନ୍ତି । ଓରହାନ ଏଭଳି ଜଣେ ବ୍ୟକ୍ତି, ଯାହାଙ୍କ ଉପରେ ଆଖିବୁଜି ଭରସା କରାଯାଇପାରିବ ଓ ସବୁ କଥା ସେୟାର କରାଯାଇପାରିବ ବୋଲି କହିଛନ୍ତି ଜାହ୍ନବୀ । ଏଭଳି ବନ୍ଧୁ ସମସ୍ତଙ୍କୁ ସହଜରେ ମିଳନ୍ତି ନାହିଁ । ତେବେ ଓରହାନ ଓ ଜାହ୍ନବୀଙ୍କ ସମ୍ପର୍କ କେବଳ ଯେ ବନ୍ଧୁତାରେ ସୀମିତ - ଏହା ବିଶ୍ୱାସ କରିବା ପାଇଁ ଅନେକେ ରାଜି ନୁହନ୍ତି ।

ସମାଲୋଚକଙ୍କ କହିବା କଥା, ଅଧିକାଂଶ ଉତ୍ସବ ଅନୁଷ୍ଠାନରେ ଦୁହେଁ ଏକାଠି ନଜର ଆସନ୍ତି । କେବଳ ମୁମ୍ବାଇ ବା ଭାରତରେ ନୁହେଁ ଉଭୟେ ଅନେକ ସମୟରେ ବିଦେଶରେ ବୁଲାବୁଲି କରୁଥିବାବେଳେ ବି ଧରା ପଡ଼ିଛନ୍ତି । ତେବେ ଜାହ୍ନବୀ ଅରହାନଙ୍କ ପ୍ରେମରେ ପଡ଼ିଛନ୍ତି କି ନାହିଁ - ଏହାର ସତ୍ୟାସତ୍ୟ ଜାଣିବା ପାଇଁ ପାଠକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ।

ଜାହ୍ନବୀ ଅଭିନୀତ ‘ମିଲି’ ଏବେ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଛି । ଏଥିରେ ଜାହ୍ନବୀଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରୁଛନ୍ତି ଦର୍ଶକ । ୨୦୧୯ରେ ମୁକ୍ତିପ୍ରାପ୍ତ ସୁପରହିଟ୍‌ ମଲାୟାଲମ ଚଳଚ୍ଚିତ୍ର ‘ହେଲନ୍‌’ର ରିମେକ୍‌ ହେଉଛି ‘ମିଲି’ । ଶରଣ ଶର୍ମା ନିର୍ଦ୍ଦେଶିତ ଏ ଫିଲ୍ମର କଥାବସ୍ତୁ କ୍ରିକେଟ୍‌ ଉପରେ ଆଧାରିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.